ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ି ଚାଲିଛି। ରେକର୍ଡ ସଂଖ୍ୟକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ୭୨,୩୩୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆଜିର ସଂକ୍ରମଣ ମାମଲା ଗତବର୍ଷ ଅକ୍ଟୋବର ୧୧ ପରେ ସର୍ବାଧିକ। ଲଗାତାର ୨୨ ଦିନ ଧରି ଦେଶରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏଥିସହ ସକ୍ରିୟ ମାମଲା ବି ବଢ଼ୁଛି। ଦେଶରେ ସକ୍ରିୟ ମାମଲା ୫,୮୪,୦୫୫ ପହଞ୍ଚିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୪.୭୮ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର କମୁଛି। ଦେଶରେ ଆରୋଗ୍ୟ ହାର ଏବେ ୯୩.୮୯ ପ୍ରତିଶତକୁ ଖସି ଆସିଛି।

୮ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଂଜାବ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ୮୪ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି। ୬ ରାଜ୍ୟରୁ ୮୩.୦୧ ପ୍ରତିଶତ ନୂଆ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ। ଆଜି ମୁମ୍ବାଇରେ ସର୍ବାଧିକ ୮୬୪୬ ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୨୭୯୦ ମାମଲା ସାମ୍ନାକୁ ଆସିଛି।

The post ରେକର୍ଡ କରିଚାଲିଛି ସଂକ୍ରମଣ : ‌ଦେଶରେ ୭୨,୩୩୦ ନୂଆ ମାମଲା , ୪୫୯ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3sK8wFD