ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନରେ କଟକଣା ଲାଗିବା ପରେ ବିଏମସି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସ୍ମାର୍ଟସିଟିର ସମସ୍ତ ପାର୍କରେ କଟକଣା ଲାଗିଛି । ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ୍ ଲାଗିଛି ।
ସବୁ ପାର୍କରେ ବିଏମସି ପକ୍ଷରୁ ନୋଟିସ ଲଗାଯାଇଛି। ବିନା ମାସ୍କରେ ପାର୍କରେ ପ୍ରବେଶ ମନା । ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଛଅ ଫୁଟ୍ ଦୂରତା ବାଧ୍ୟତାମୂଳକ କରାଯାଇଛି। ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା। ଏନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
The post ରାଜଧାନୀର ସମସ୍ତ ପାର୍କରେ କଟକଣା: ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ୍ first appeared on Sambad.
from କରୋନା | Sambad https://ift.tt/32AbBwD
0 Comments