ଭୁବନେଶ୍ବର: ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ ସିଲ ହୋଇଥିବାର ଜଣାଯାଇଛି। କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ବିଶୋଧନ କରିବା ପାଇଁ ବିଏମସି ଏହି ପଦକ୍ଷେପ ନେଇଛି। ଆଜିଠାରୁ ମେ’ ୫ ତାରିଖ ଯାଏଁ କୋର୍ଟ ପରିସରକୁ ବନ୍ଦ ଘୋଷଣା କରାଯାଇଛି। ବିଏମସି ଅଧିକୃତ ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ କେହି କୋର୍ଟ କମ୍ପେ୍ଲକ୍ସକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି। ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

The post ଭୁବନେଶ୍ୱର କୋର୍ଟ କମ୍ପଲେକ୍ସକୁ ସିଲ୍ କଲା ବିଏମସି first appeared on Sambad.

from କରୋନା | Sambad https://ift.tt/3vnkbec