
ନୂଆଦିଲ୍ଲୀ : ଦେଶରେ ଚାଲିଥିବା ଦ୍ବିତୀୟ କୋଭିଡ୍ ସଂକ୍ରମଣ ଲହର ଏପ୍ରିଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ। ଏକ ଗାଣିତିକ ମଡେଲ୍ର ବ୍ୟବହାର କରି ବୈଜ୍ଞାନିକମାନେ ଏହି ଆକଳନ କରିଛନ୍ତି। ମେ’ ଶେଷ ବେଳକୁ ସଂକ୍ରମଣ କମିବ ବୋଲି ଆକଳନ କରାଯାଇଛି। ସଂକ୍ରମଣର ପ୍ରଥମ ଲହରରେ ମଧ୍ୟ ବୈଜ୍ଞାନିକମାନେ ଗାଣିତିକ ମଡେଲ୍ର ବ୍ୟବହାରି କରି ଯେଉଁ ଆକଳନ କରିଥିଲେ ତାହା ସତ ହୋଇଥିଲା। ବୈଜ୍ଞାନିକଙ୍କ ଆକଳନ ଥିଲା ଯେ ଅଗଷ୍ଟରେ ବଢ଼ିଥିବା ସଂକ୍ରମଣ ସେପ୍ଟେମ୍ବର ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ୨୦୨୧ ଫେବ୍ରୁଆରି ବେଳକୁ ଏହା କମିବ। ଗତ କିଛି ଦିନର ସଂକ୍ରମଣକୁ ଆକଳନ କରିବାପରେ ଜଣାପଡ଼ିଛି ଯେ, ଏପ୍ରିଲ ୧୫-୨୦ ମଧ୍ୟରେ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବ ଏବଂ ଏହାପରେ ସଂକ୍ରମଣ ତଳମୁହାଁ ହେବ। ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲ୍ଙ୍କ ସମେତ ଅନ୍ୟ ବୈଜ୍ଞାନିକଙ୍କ ଦ୍ବାରା ହୋଇଥିବା ଆକଳନରୁ ଏହା ଜଣାପଡ଼ିଛି।
The post ଏପ୍ରିଲ୍ ମଧ୍ୟଭାଗରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷ ଛୁଇଁବ first appeared on Sambad.from କରୋନା | Sambad https://ift.tt/3dJVWQz
0 Comments