
୩ ଘଣ୍ଟାରେ ୮୦ ଲକ୍ଷ ଲୋକଙ୍କ ଆବେଦନ
କିଛି ସମୟ ପାଇଁ ଅଚଳ ହେଲା କୋ-ୱିନ୍ ଆପ୍
ନୂଆଦିଲ୍ଲୀ : ମେ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଆଜି ଅପରାହ୍ନ ୪ଟାରୁ ପଂଜୀକରଣ ଆରମ୍ଭ ହୋଇଛି। ମାତ୍ର ୩ ଘଣ୍ଟାରେ ୮୦ ଲକ୍ଷ ଲୋକ ଆବେଦନ କରିଛନ୍ତି। ତେବେ ପଂଜୀକରଣ ଆରମ୍ଭ ହେବା ମାତ୍ରେ କୋ-ୱିନ୍ ଆପ୍ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହାର ସ୍କ୍ରିନ୍ସଟ୍ ସେୟାର କରିଥିଲେ। ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପ୍ ମଧ୍ୟ କିଛି ସମୟ ପାଇଁ କାମ କରୁନଥିଲା ବୋଲି କେତେକ ବ୍ୟବହାରକାରୀ ଅଭିଯୋଗ କରିଥିଲେ। ଆରୋଗ୍ୟ ସେତୁ ଆପ୍ର ଅଫିସିଆଲ ଟ୍ବିଟର୍ ଆକାଉଣ୍ଟ୍ରୁ ସ୍ପଷ୍ଟୀକରଣ ଦିଆଯାଇ ସର୍ଭରରେ ସମସ୍ୟା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା ଏବଂ ଏହାକୁ ତୁରନ୍ତ ସୁଧାରି ନିଆଯାଇଛି ବୋଲି କୁହାଯାଇଛି। ପ୍ରତି ମିନିଟ୍ରେ ୨୭ ଲକ୍ଷ ‘ହିଟ୍’ ହେବାରୁ ସର୍ଭର ଖରାପ ହୋଇଯାଇଥିଲା। ଏହା ସହିତ ଆପ୍ ପୁନଃ ସକ୍ରିୟ ହେବାପରେ ଆରୋଗ୍ୟ ସେତୁ ପକ୍ଷରୁ ଏହାର ସ୍କ୍ରିନ୍ ସଟ୍ ଜାରି କରାଯାଇଥିଲା। ଟିକାକରଣ କାର୍ଯ୍ୟ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ହେବ। ୟୁପି, ଓଡ଼ିଶା, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସମେତ ଅଧିକାଂଶ ରାଜ୍ୟରେ ମାଗଣା ଟିକା ଦିଆଯିବ ବୋଲି ସଂପୃକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି।
The post ଟିକା ପଞ୍ଜୀକରଣ: ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ଟିକାକରଣ ପାଇଁ ପଂଜୀକରଣ ଆରମ୍ଭ first appeared on Sambad.from କରୋନା | Sambad https://ift.tt/3xG8ly7
0 Comments