୭ଦିନରେ ଏମ୍ସରେ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର : ଗତ ୭ ଦିନ ମଧ୍ୟରେ ଏମ୍ସରେ ସ୍ଥିତ କୋଭିଡ ଡାକ୍ତରଖାନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ସୂଚନା ମିଳି ନାହିଁ। ଦୁଇ ଦିନ ତଳେ ୫ ଜଣ ପ୍ରାଣ ହରାଇଥିବାବେଳେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ କିଛି କୋଭିଡ ଆକ୍ରାନ୍ତ ଥିଲେ, ଅନ୍ୟ କିଛି ରୋଗୀ ଅଣକୋଭିଡ ରୋଗର ଚିକିତ୍ସା ପାଇଁ ଆସି କୋଭିଡ ପଜିଟିଭ ଭାବରେ ଚିହ୍ନଟ ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିଲା। କୋଭିଡ କଟକଣା ମଧ୍ୟରେ ଏମାନଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ପୁରୁଣା ଭୁବନେଶ୍ୱରରେ ୩ ଦିନରେ ୪ ମୃତ୍ୟୁ
ଭୁବନେଶ୍ବର : ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ପୁଳାପୁଳା କରୋନା ଆକ୍ରାନ୍ତ ବାହାରୁଥିବା ବେଳେ ଗତ ୩ ଦିନରେ ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋସାଗରେଶ୍ବରରୁ ୨ଜଣ ଥିବା ବେଳେ ବ୍ରାହ୍ମଣସାହି ଓ ପାଟଣାସାହିରୁ ଜଣେ ଲେଖାଏଁ ରହିଛନ୍ତି। ସେମାନଙ୍କ ମରଶରୀରକୁ ସତ୍ୟନଗରଠାରେ ଅନ୍ତିମ ସଂସ୍କାର କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

The post ୭ଦିନରେ ଏମ୍ସରେ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ୧୫ ଜଣଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3eHYQpn

Post a Comment

0 Comments