ସୁନ୍ଦରଗଡ଼: ସୁନ୍ଦରଗଡ଼ ତହସିଲର ୩ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ତହସିଲ କାର୍ଯ୍ୟାଳୟକୁ ଵନ୍ଦ କରିଦିଆଯାଇଛି। ଏ ସମ୍ପର୍କରେ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଉଦଵେଗଜନକ ସ୍ଥିତିରେ ପହଞ୍ଚିଛି। ସୂଚନାଯୋଗ୍ୟ, ଆଜି ଜିଲ୍ଲାରେ ୨୨୪ ସଂକ୍ରମିତ ଚିହ୍ନଟ ହୋଇଥିବା ଵେଳେ ସେଥିମଧ୍ୟରୁ ସୁନ୍ଦରଗଡ଼ ସହରରୁ ୧୦ ଜଣ ରହିଥିବା ସୂଚନା ମିଳିଛି। କରୋନା ମୁକାବିଲା ପାଇଁ ନାଇଟ୍ କର୍ଫ୍ୟୁ ଓ ପୁଲିସ ମାକ୍ସ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

The post ୩ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଵନ୍ଦ ହେଲା ସୁନ୍ଦରଗଡ଼ ତହସିଲ କାର୍ଯ୍ୟାଳୟ first appeared on Sambad.

from କରୋନା | Sambad https://ift.tt/3wGjOgt