ଚେନ୍ନାଇ: କୋଭିଡ୍-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ନିମନ୍ତେ ନିର୍ବାଚନ କମିସନ୍ ଦାୟୀ ବୋଲି ଆଜି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ଗତ ଅଳ୍ପ କେତେ ମାସ ହେବ ପ୍ରଚାର ଅଭିଯାନ ଚଳାଇବା ବେଳେ କୋଭିଡ୍-୧୯ ନିମୟ ମାନୁ ନ ଥିବା ରାଜନୈତିକ ଦଳମାନଙ୍କୁ ନ ଅଟକାଇ ନିର୍ବାଚନ କମିସନ୍ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଛି। ତେଣୁ, ଏହା ବିପକ୍ଷରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ ବୋଲି ଅଦାଲତ କହିଛନ୍ତି।
ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ସେନ୍ତିକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ପ୍ରଥମ ଖଣ୍ଡପୀଠ କହିଛନ୍ତି, ଆଜି ଆମେ ଯେଉଁ ଅବସ୍ଥାରେ ଅଛୁ, ସେଥି ପାଇଁ ଦାୟୀ ଏକମାତ୍ର ପ୍ରତିଷ୍ଠାନ ହେଉଛନ୍ତି ଆପଣ (ନିର୍ବାଚନ କମିସନ୍)। ଆପଣଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ‘କୋଭିଡ୍ ନିୟମ ପାଳନ କର’, ‘କୋଭିଡ୍ ନିୟମ ପାଳନ କର’ ବୋଲି ଅଦାଲତ ଆଦେଶ ଦେବା ସତ୍ତ୍ୱେ ଆପଣ ରାଲି କରୁଥିବା ରାଜନୈତିକ ଦଳମାନଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।
ଠିକଣା ଭାବେ କୋଭିଡ୍ ନିୟମ ପାଳନ କରାଯିବା ସଂକ୍ରାନ୍ତରେ ମେ ୨ ତାରିଖ ପୂର୍ବରୁ ନକ୍ସା ପ୍ରସ୍ତୁତି ନ କଲେ ଆମେ ଭୋଟ୍ ଗଣତି ବନ୍ଦ କରାଇଦେବୁ। ସମ୍ପ୍ରତି ଜନସ୍ୱାସ୍ଥ୍ୟ ହେଉଛି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ, ଅଧିକ ସଂକ୍ରମଣ ନ କରାଇ ଦେବା ପାଇଁ ମେ ୨ ତାରିଖ ଦିନ କୌଣସି ମତେ ଭୋଟ୍ ଗଣାଇ ଦେବୁନାହିଁ।
ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍ ଆର୍ ବିଜୟଭାସ୍କର କରିଥିବା ଆବେଦନର ରାୟ ଶୁଣାଇ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି।ବିଜୟଭାସ୍କର ଆବେଦନ କରିଥିଲେ କି, କରୁର ନିର୍ବାଚନ ମଣ୍ଡଳୀରେ ୭୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ମେ ୨ରେ ହେବାକୁ ଥିବା ଭୋଟ୍ ଗଣନାରେ କଟକଣା ସହ ନିରପେକ୍ଷତା ବଜାୟ ରଖିବା ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିସନ୍କୁ ଅଦାଲତ ନିର୍ଦେଶ ଦିଅନ୍ତୁ।
The post କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିସନ୍ ଦାୟୀ: ମାଡ୍ରାସ୍ ହାଇକୋର୍ଟ first appeared on Sambad.from କରୋନା | Sambad https://ift.tt/3gRzeJt
0 Comments