ଭୁବନେଶ୍ୱର : ଭୁବନେଶ୍ବର କୋର୍ଟର ପୁଣି ୧୦ଜଣ ଆଇନଜୀବୀ ଓ ଜଣେ ଜୁଡିସିଆଲ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଗତ ୧୮ତାରିଖରେ ୩୦ଜଣ ଆଇନଜୀବୀ ଓ ଜଣେ ବିଚାରପତିଙ୍କର ପଜିଟିଭ୍‌ ବାହାରିଥିଲା। ଫଳରେ କୋର୍ଟ କାର୍ଯ୍ୟ ଅନ୍‌ଲାଇନ୍‌ରେ କରାଯିବାକୁ କଡ଼ାକଡ଼ି କରାଯାଇଛି। ‌ତେବେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭର୍ଚୁଆଲରେ ନ‌ହେଲେ ଯେଉଁ କୋର୍ଟରୁ ପଜିଟିଭ‌୍ ବାହାରିବେ ତାକୁ କଣ୍ଟେନ୍‌ମେଣ୍ଟ୍‌ କରିବାକୁ ଓକିଲ ସଂଘ ବିଏମ୍‌ସିକୁ ଜଣାଇବ ବୋଲି ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ତହସିଲ କାର୍ଯ୍ୟାଳୟ ଓ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କରୋନା କଟକଣାରେ କାମ କରିବାକୁ ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା କହିଛନ୍ତି।

ବାଲିଅନ୍ତାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଲା
ବାଲିଅନ୍ତା : ବାଲିଅନ୍ତା ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଶହେ ଟପି ଯାଇଛି। ୩ ସପ୍ତାହ ତଳେ ବ୍ଲକରେ ଦ୍ବିତୀୟ ଲହରର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତିକାଲି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତମାନେ ଗୃହ ସଂଗରୋଧରେ ଚିକିତ୍ସାଧୀନ ଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

The post କୋର୍ଟରେ ଆଉ ୧୦ ଆଇନଜୀବୀ ଓ ଜୁଡିସିଆଲ ଷ୍ଟାଫ୍‌ ପଜିଟିଭ first appeared on Sambad.

from କରୋନା | Sambad https://ift.tt/3npuqfB