
ଦୁବାଇ: ଭାରତରେ କୋଭିଡ୍-୧୯ ପରିସ୍ଥିତି କ୍ରମେ ଖରାପ ହେଉଥିବା ହେତୁ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ ଓ କାନାଡା ସରକାର ଭାରତରୁ ଆସୁଥିବା ବିମାନ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘ସଂଯୁକ୍ତ ଆରବ ଏମିରେଟ୍ସ୍’ ଭାରତରୁ ଆସୁଥିବା ବିମାନଗୁଡ଼ିକ ଲାଗି ରବିବାର ଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରିଛି।
ଶନିବାର ରାତି ୧୧.୫୯ରେ ଜାରି ଏହି ନିଷେଧାଦେଶ ପ୍ରସଙ୍ଗ ୧୦ ଦିନ ପରେ ସମୀକ୍ଷା କରାଯିବ ବୋଲି ‘ଗଲ୍ଫ୍ ନିଉଜ୍’ ରିପୋର୍ଟ କରିଛି। ଗତ ୧୪ ଦିନ ମଧ୍ୟରେ ଭାରତ ଭ୍ରମଣରେ ଥିବା ଯାତ୍ରୀମାନେ ମଧ୍ୟ ଅନ୍ୟ କୌଣସି ଦେଶ ବାଟ ଦେଇ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ ପ୍ରବେଶ କରି ପାରିବେ ନାହିଁ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ‘ସଂଯୁକ୍ତ ଆରବ ଏମିରେଟ୍ସ୍’ର ନାଗରିକ, କୂଟନୈତିକ ପାସ୍ପୋର୍ଟଧାରୀ ଏବଂ ଅନ୍ୟ ସରକାରୀ ପ୍ରତିନିଧିଙ୍କ ପ୍ରତି ଏହି ନିଷେଧାଜ୍ଞା ପ୍ରଯୁଜ୍ୟ ନୁହେଁ।
କିନ୍ତୁ, ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରୁ ଫେରନ୍ତା ବିମାନ ସବୁ ଭାରତକୁ ଯାତ୍ରା କରିପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
କୋଭିଡ୍୧୯ ପରିସ୍ଥିତି କ୍ରମଶଃ ଖରାପ ହେଉଥିବା କାରଣରୁ କାନାଡା ମଧ୍ୟ ଭାରତ ଓ ପାକିସ୍ତାନରୁ ଆସୁଥିବା ସମସ୍ତ ବିମାନ ଉପରେ ୩୦ ଦିନ ପର୍ଯ୍ୟନ୍ତ ନିଷେଧାଜ୍ଞା ଜାରି କରିଛି। ଗୁରୁବାର ରାତିରୁ ଏହି ନିଷେଧାଜ୍ଞା ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ ଓମାର୍ ଅଲ୍ଘାବ୍ରା କହିଛନ୍ତି। ପରେ ଉପରୋକ୍ତ ଦେଶମାନଙ୍କର କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା କରାଯାଇ ଯାହା କିଛି ବ୍ୟବସ୍ଥା କରାଯିବ।
The post କୋଭିଡ୍-୧୯ ପରିସ୍ଥିତି ଖରାପ ହେତୁ ଭାରତରୁ ଆସୁଥିବା ବିମାନ ଉପରେ ନିଷେଧାଜ୍ଞା ଜାରି କଲେ ‘ୟୁଏଇ’ ଓ କାନାଡା first appeared on Sambad.from କରୋନା | Sambad https://ift.tt/3axq2G1
0 Comments