ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହୋଇ ଚାଲିଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଟିକା ନେଲେ ବି କୋଭିଡ ହେବ। ତେଣୁ ନିୟମ ମାନି ଲୋକ କାମ କରନ୍ତୁ। ଟିକା ନେଲେ ମୃତ୍ୟୁହାର କମିବ। କିଛି ଜିଲ୍ଲାରେ ଟିଏମ୍ସି ଖୋଲିଛି। ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ ହଜାର ଟେଷ୍ଟିଂ କରାଯିବ। ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ମେଡ଼ିକାଲରେ ଜେନେରାଲ ବେଡ ସଂଖ୍ୟା ୯ ହଜାର ୮ ଅଛି । ସେଠି ୧୭ ଦଶମିକ ୫ ପ୍ରତିଶତ ରୋଗୀ ଅଛନ୍ତି । ଆଇସିୟୁ ବେଡ ୨ ହଜାର ୧୮ ରହିଛି।’
The post ଟିକା ନେଲେ ବି କୋଭିଡ ହେବ, ନିୟମ ମାନି ଚଳନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/3gkKRrM
0 Comments