ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ପ୍ରଥମ କୋଭିଡ୍‌ ଜରୁରୀକାଳୀନ ରିଲଫ୍‌ ସାମଗ୍ରୀ ସବୁ ଆଜି ସକାଳେ ଭାରତ ଗ୍ରହଣ କରିଛି। ୪୦୦ରୁ ଅଧିକ ଅକ୍ସିଜେନ୍‌ ସିଲିଣ୍ଡର୍‌, ପ୍ରାୟ ୧ ନିୟୁତ ରାପିଡ୍‌ କରୋନାଭାଇରସ୍‌ ଟେଷ୍ଟ୍‌ କିଟ୍‌ ଏବଂ ଅନ୍ୟାନ୍ୟ ଡାକ୍ତରଖାନା ସାମଗ୍ରୀ ଧରି ଆସିଥିବା ‘ସୁପର ଗାଲାକ୍ସି’ ସାମରିକ ପରିବହନ ବିମାନ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା।

ଟୁଇଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଏହି ସାମଗ୍ରୀ ସବୁର ‌ଫଟୋ ସେୟାର୍‌ କରିବା ସହ କହିଛି, ଜରୁରୀକାଳୀନ କୋଭିଡ୍‌-୧୯ ରିଲିଫ୍‌ ସାମଗ୍ରୀମାନଙ୍କରୁ ପ୍ରଥମ କେତେକ ସାମଗ୍ରୀ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଭାରତରେ ପହଞ୍ଚିଛି! ଆମେ ଏକତ୍ର କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢୁଥି‌ଲା ବେଳେ ୭୦ ବର୍ଷରୁ ଅଧିକାଳ ହେବ ଗଢ଼ି ଉଠିଥିବା ବନ୍ଧୁତା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଆଜି ଭାରତ ପାଖରେ ଠିଆ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ଦୋସ୍ତି।

Image Courtesy of Madhyamam

କୋଭିଡ୍‌ ବିରୋଧୀ ସଂଗ୍ରାମରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସହାୟତା ଯୋଗାଇ ଚାଲିବ ବୋଲି ଏ ସପ୍ତାହ ପ୍ରାରମ୍ଭରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ। ମହାମାରୀ ପ୍ରାରମ୍ଭରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇ ଆସୁଥିବା ବେଳେ ଯେମିତି ଭାରତ ସହାୟତା ପଠାଇଥିଲା, ଆବଶ୍ୟକ ବେଳେ ଭାରତକୁ ସେମିତି ସହାୟତା ଯୋଗାଇବୁ ବୋଲି ଆମେ ପ୍ରତିବଦ୍ଧ ବୋଲି ଟୁଇଟ୍‌ କରି ବାଇଡେନ୍‌ କହିଥିଲେ।

ଆଗାମୀ ଦିନମାନଙ୍କରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୧୦୦ ନିୟୁତ ଡଲାର୍‌ରୁ ଊର୍ଦ୍ଧ୍ବ ମୂଲ୍ୟର କୋଭିଡ୍‌ ରିଲିଫ୍‌ ସାମଗ୍ରୀ ପଠାଇବ ବୋଲି ଗୁରୁବାର ଦିନ ବୈଦେଶିକ ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଥିଲେ।

The post ଆମେରିକାରୁ ଆସି ପହଞ୍ଚିଲା ପ୍ରଥମ ଜରୁରୀକାଳୀନ କୋଭିଡ୍‌ ରିଲିଫ୍‌ ସାମଗ୍ରୀ first appeared on Sambad.

from କରୋନା | Sambad https://ift.tt/2SbkHOd