କଟକ: କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ କଟକରେ ଆଜି ୫ଟି ଦୋକାନ ସିଲ ହୋଇଛି। ଏହି ‌ଦୋକାନ ଗୁଡ଼ିକରୁ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜି ବିଭିନ୍ନ ସ୍ଥାନରେ ନିଗମର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ାଉ କରିଛି। କୋଭିଡ୍‌ ନିୟମକୁ ଉଲ୍ଲଂଘନ କରିବା ଯୋଗୁଁ ସିଏମସି ବଜ୍ରକବାଟି ରୋଡ୍‌ସ୍ଥିତ ବିଶାଲ ମେଗାମାର୍ଟ, ବକ୍ସିବଜାରର ଦୁଇଟି ଲସି ଦୋକାନ, ବାଦାମବାଡ଼ିସ୍ଥିତ ଭରତିଆ ଟାୱାର ୨ଟି ମୋବାଇଲ୍‌ ଦୋକାନକୁ ଆଜି ସିଲ୍‌ କରିଛି।

ସେହିପରି କୋଭିଡ୍‌ ନିୟମ ପାଳନ କରାଯାଉ ନଥିବାରୁ ବଜ୍ରକବାଟି ରୋଡ୍‌ ଶ୍ରୀଲେଦର୍ସ ଦୋକାନ ଓ ଦୋଳମୁଣ୍ଡେଇର ମଧୁକୁଞ୍ଜ ମଦଦୋକାନରୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବା ସହିତ ଭରତିଆ ଟାୱାରର ଏକ ଗହଣା ଦୋକାନରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ନିଗମ ତରଫରୁ ଚଢ଼ାଉକୁ ଅଧିକ ଜୋରଦାର କରାଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

The post କୋଭିଡ ନିୟମ ଭାଙ୍ଗିଥିଲେ; ୫ଟି ଦୋକାନ ସିଲ୍‌, ୧୧ ହଜାର ଟଙ୍କା ଜରିମାନା  first appeared on Sambad.

from କରୋନା | Sambad https://ift.tt/3umQJVe