
ନୂଆଦିଲ୍ଲୀ : ଭାରତରେ ଗତ ବର୍ଷ ମାର୍ଚରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ସେପ୍ଟେମ୍ବର ମାସରେ ଶୀର୍ଷରେ ପହଞ୍ଚିଥିଲା। ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୯୭ ହଜାର। ଏହାପରେ ସଂକ୍ରମଣ ହ୍ରାସ ପାଇ ଗତ ଫେବୃଆରିରେ ୮ ହଜାର ୬୦୦କୁ ଖସି ଆସିଥିଲା। କିନ୍ତୁ ମାର୍ଚ ଶେଷରେ ପୁଣି ହୁ ହୁ ହୋଇ ବଢ଼ି ଚାଲିଲା ସଂକ୍ରମଣ। ୫ ଏପ୍ରିଲରେ ଏହା ଏକ ଲକ୍ଷ ଛୁଇଁବା ପରେ ଆଉ ଖସିବାର ନାମ ଧରୁନାହିଁ। ଅନ୍ୟପକ୍ଷରେ ଏହା ୨୫ ତାରିଖ ସୁଦ୍ଧା ୩ ଲକ୍ଷ ୪୯ ହଜାରରେ ପହଂଚିଛି।

ଦେଶରେ ସଂକ୍ରମଣ ଏବେ ଅତି ଜଟିଳ ସ୍ଥିତିରେ। ଗତ ୨୪ ଘଣ୍ଟାର ସ୍ଥିତିରୁ ଜଣାପଡ଼ିଛି ଯେ ଏବେ ପ୍ରତି ମିନିଟ୍ରେ ୨୪୩ ଜଣ ସଂକ୍ରମିତ ହେଉଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହେଉଛି। ଗତ ୪ ଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଥିବା ବେଳେ ଲଗାତାର ୧୯ ଦିନ ଧରି ସଂକ୍ରମଣ ୧ ଲକ୍ଷରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ବିଶ୍ବର ମୋଟ୍ ସଂକ୍ରମଣର ପ୍ରାୟ ୪୦ ପ୍ରତିଶତ କେବଳ ଭାରତରୁ ରିପୋର୍ଟ ହୋଇଛି। ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହୋଇଚାଲିଥିବାରୁ ଆଇସିୟୁ ବେଡ୍ ଏବଂ ଅକ୍ସିଜେନ୍ ଅଭାବ ସମସ୍ୟା ମଧ୍ୟ ଜଟିଳ ହୋଇଛି। ଏବେ ଦେଶର ମୋଟ୍ ସକ୍ରିୟ ମାମଲାର ୨୬ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି।
The post ଭାରତରେ କରୋନା ‘ସୁନାମି’, ପ୍ରତି ମିନିଟ୍ରେ ୨୪୩ ସଂକ୍ରମିତ first appeared on Sambad.from କରୋନା | Sambad https://ift.tt/2R08qLP
0 Comments