ବାରିପଦା: କରୋନାରେ ପ୍ରାଣ ହରାଇଛନ୍ତି ପୁଲିସ କର୍ମଚାରୀ ବିରାମ ସୋରେନ। ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିରାମ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ତଳେ ଜିଲ୍ଲାର ଜାମଦାରେ ଡିଉଟି କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ ବିରାମ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା। କୋମାରେ ରହିବା ପରେ ସେ ପ୍ରାଣତ୍ୟାଗ କରିଛନ୍ତି।

ଆଜି ତାଙ୍କ ମରଶରୀରକୁ ବାରିପଦା ଅଣାଯାଇଛି। ପୁଲିସ ପଡ଼ିଆରେ ଶେଷ ଦର୍ଶନ ପରେ କୋଭିଡ ପ୍ରୋଟୋକଲ ମଧ୍ୟରେ ଅନ୍ତିମ ସତ୍କାର ହେବ। ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ସରକାରୀ ଭାବେ ୯୩ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ଅଛି। ମାତ୍ର କିଛିଦିନ ମଧ୍ୟରେ ଜିଲ୍ଲାରେ ୫ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

The post କରୋନାରେ ପ୍ରାଣ ହରାଇଲେ ପୁଲିସ କର୍ମଚାରୀ first appeared on Sambad.

from କରୋନା | Sambad https://ift.tt/3dIKS7d