ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୧୨୯,୪୨୮,୩୬୦ ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି

ନୂଆଦିଲ୍ଲୀ: ଦେଶରେ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସମୁଦାୟ ୧୨୯,୪୨୮,୩୬୦ ଡୋଜ୍‌ କୋଭିଡ୍‌-୧୯ଟିକା ଯୋଗାଇ ଦିଆଯାଇଥିବା କଥା କୋଭିଡ୍‌ ଭ୍ୟାକ୍ସିନ୍‌ ଟ୍ରାକର୍‌ରୁ ଜଣାପଡ଼ିଛି।

ନଷ୍ଟ ହୋଇ ଯାଇଥିବା ଟିକାକୁ ମିଶାଇ ଏଥିରୁ ୧୧୬,୫୯୨,୮୪୯ ଡୋଜ୍‌ ଟିକା ହିତାଧିକାରୀମାନଙ୍କୁ ଦିଆଯାଇଛି। ବାକି ୧୨,୮୩୫,୫୧୧ ଡୋଜ୍‌ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ରହିଛି। ଏହାଛଡ଼ା, ଆଉ ୧୬, ୯୩୯, ୫୨୦ ଟିକା ଯୋଗାଇ ଦିଆଯିବାକୁ ପ୍ରସ୍ତୁତି କରାଯାଉଛି ବୋଲି ସରକାରୀ ରେକର୍ଡରୁ ଜଣାପଡ଼ିଛି।

Image Courtesy of Firstpost

ସବୁଠୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରକୁ ୧୨,୯୬୨,୪୭୦ ଡୋଜ୍‌ କୋଭିଡ୍‌ ଟିକା ମିଳିଛି। ସେଥିରୁ ସେମାନେ ୧୧,୩୫୯,୪୩୮ ଡୋଜ୍‌ ଟିକା ବ୍ୟବହାର କରିଛନ୍ତି। ବାକି ୧,୬୦୩,୦୩୨ ଟିକା ସେମାନେ ଗଚ୍ଛିତ ରଖିଛନ୍ତି। ଆଉ ୨୦୦୦୦୦ ଟିକା ସେମାନଙ୍କୁ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି।

ସେହିଭଳି, ଜାତୀୟ ରାଜଧାନୀ ଦିଲ୍ଲୀକୁ ଶୁକ୍ରବାର ସୁଦ୍ଧା ୩,୦୭୦,୭୧୦ ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି। ସେଥିରୁ ୨,୫୦୪,୭୫୭ ଡୋଜ୍‌ ଟିକା ବ୍ୟବହୃତ ହୋଇଛି। ଛତିଶଗଡ଼କୁ ୪,୯୧୬,୫୫୦ ଡୋଜ୍‌, ଉତ୍ତର ପ୍ରଦେଶକୁ ୧୧,୭୯୬,୭୮୦ ଡୋଜ୍‌, କର୍ଣ୍ଣାଟକକୁ ୭,୫୫୭,୯୦୦, ପଞ୍ଜାବକୁ ୨,୬୩୬,୭୭୦ ଡୋଜ୍‌ କୋଭିଡ୍‌ ଟିକା ଯୋଗାଇ ଦିଆଯାଇଛି।

The post ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୧୨୯,୪୨୮,୩୬୦ ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି first appeared on Sambad.

from କରୋନା | Sambad https://ift.tt/3mRUD5X

Post a Comment

0 Comments