ନୂଆଦିଲ୍ଲୀ: ଆସନ୍ତାବର୍ଷ ସୁଦ୍ଧା କରୋନାଭାଇରସ୍‌ ସଂକ୍ରମଣ ଉପଚାର ପାଇଁ ଖାଇବା ଔଷଧ ପ୍ରସ୍ତୁତ ହୋଇ ଯିବ ବୋଲି ‘ଫାଇଜର୍‌’ର ‘ସିଇଓ’ ଆଲ୍‌ବର୍ଟ ବୋର୍ଲା କହିଛନ୍ତି। ଭାଇରସ୍‌ ନିରୋଧୀ ଦୁଇଟି ଔଷଧ ପାଇଁ କମ୍ପାନି କାର୍ଯ୍ୟ ଚଳାଇଛି। ସେଥିରୁ ଗୋଟିଏ ଖାଇବା ଔଷଧ ଓ ଅନ୍ୟଟି ଇଞ୍ଜେକ୍‌ସନ୍‌।

ମଙ୍ଗଳବାର ଦିନ ‘ସିଏନ୍‌ବିସି’ ସହ ସାକ୍ଷାତ୍‌କାର ବେଳେ ବୋର୍ଲା କହିଛନ୍ତି, ପ୍ରକୃତରେ ଆମେ ଦୁଇଟି ଔଷଧ ପାଇଁ କାର୍ଯ୍ୟ ଚଳାଇଛୁ। ସେଥିରୁ ଗୋଟିଏ ଇଞ୍ଜେକ୍‌ସନ୍‌ ହୋଇଥିବା ବେଳେ ଅନ୍ୟଟି ଖାଇବା ଔଷଧ। ଏହି ଖାଇବା ଔଷଧ ଉପରେ ହିଁ ଅଧିକ ଧ୍ୟାନ ଦିଆଯାଇ କାର୍ଯ୍ୟ ଚାଲିଛି। ଖାଇବା ଔଷଧର ଅନେକ ସୁବିଧା ରହିଛି। ଇଞ୍ଜେକ୍‌ସନ୍‌ ନେବା ପାଇଁ ଡାକ୍ତରଖାନା ଯିବାକୁ ପଡୁଥିବା ବେଳେ ଖାଇବା ଔଷଧକୁ ଘରେ ରହି ଖାଇହେବ।

Image Courtesy of ET Health World

ସମ୍ପ୍ରତି କରୋନାଭାଇରସ୍‌ ବିପକ୍ଷରେ ଦିଆଯାଉଥିବା ଏକମାତ୍ର ଭୂତାଣୁ ନିରୋଧୀ ଖାଇବା ଔଷଧ ହେଉଛି ‘ଜିଲ୍‌ଡ୍‌ ସାଇନ୍‌ସ୍‌’ଦ୍ୱାରା ନିର୍ମିତ ‘ରେମ୍‌ଡେସିଭିୟର୍ସ’। ଗତବର୍ଷ ମେ ମାସରେ ଏହାର ଜରୁରୀକାଳନୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅକ୍ଟୋବର ମାସରେ ‘ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ପୂର୍ଣ୍ଣ ଅନୁମୋଦନ ଦେଇଥିଲା।

The post ଆସନ୍ତାବର୍ଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ କୋଭିଡ୍‌-୧୯ ପାଇଁ ‘ଫାଇଜର୍‌’ର ଖାଇବା ଔଷଧ: ସିଇଓ first appeared on Sambad.

from କରୋନା | Sambad https://ift.tt/3nrMx4p