
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ୍-୧୯ ସଂକ୍ରମଣ ଛିନ୍ନ କରିବା ପାଇଁ ଏପ୍ରିଲ୍ ୧୯ ତାରିଖ ମଧ୍ୟରାତ୍ରରୁ ଏପ୍ରିଲ୍ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଜାତୀୟ ରାଜଧାନୀରେ ଥିବା ପ୍ରବାସୀ ଶ୍ରମିକ ଓ ନାଗରିକମାନଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ କହିଛନ୍ତି, ଏଇଟା ଛୋଟ ଧରଣର ‘ଲକ୍ଡାଉନ୍’, ଦିଲ୍ଲୀ ଛାଡ଼ି ଯାଆନ୍ତୁ ନାହିଁ।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ କହିଛନ୍ତି, ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦିଲ୍ଲୀରେ ‘ଲକ୍ଡାଉନ୍’ ଜାରି ପାଇଁ ସ୍ଥିର କରାଯାଇଛି।
ଦିଲ୍ଲୀରେ କୋଭିଡ୍-୧୯ର ଚତୁର୍ଥ ପ୍ରବାହ ଚାଲିଛି। ଏବେ ୨୫୦୦୦ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଦିଲ୍ଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ତା’ର ସୀମା ସ୍ପର୍ଶ କଲାଣି। ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି ମୁଁ କହୁନାହିଁ, କିନ୍ତୁ ସୀମା ସ୍ପର୍ଶ କଲାଣି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରରେ ବିବାହ ଅନୁଷ୍ଠାନରେ ଏବେ ବି ୫୦ଜଣ ଲୋକ ଯୋଗ ଦେଇପାରିବେ। ଅତ୍ୟାବଶ୍ୟକ ସେବା ଚାଲୁ ରହିବ। କର୍ଫ୍ୟୁ ସମୟରେ ଯାତାୟାତ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ସରକାରୀ କର୍ତ୍ତୃପକ୍ଷମାନେ ଇ-ପାସ୍ ଜାରି କରିବେ।
The post ଛୋଟ ଧରଣର ‘ଲକ୍ଡାଉନ୍’: ଦିଲ୍ଲୀ ଛାଡ଼ି ନ ଯିବାକୁ ପ୍ରବାସୀ ଶ୍ରମିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ first appeared on Sambad.from କରୋନା | Sambad https://ift.tt/2RHFvg1
0 Comments