ନୂଆଦିଲ୍ଲୀ : ସରକାରୀ ବା ବେସରକାରୀ, କୌଣସି କାର୍ଯ୍ୟସ୍ଥଳରେ ଯଦି୧୦୦ ପାଖାପାଖି କର୍ମଚାରୀ କୋଭିଡ୍‌ ଟିକା ନେବାକୁ ଆଗ୍ରହୀ ଥିବେ ଏବଂ ହିତାଧିକାରୀ ହେବାକୁ ଯୋଗ୍ୟ ବିବେଚିତ ହେଉଥିବେ, ସେଠାରେ ଟିକା ପ୍ରଦାନ କେନ୍ଦ୍ର ଖୋଲାଯାଇ ପାରିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଦେଶରେ କୋଭିଡ୍‌ର ଦ୍ବିତୀୟ ଲହର ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ୧୧ ତାରିଖରୁ ସରକାର ଏଭଳି ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବେ ବୋଲି ଜଣାଯାଇଛି। ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ କରାଯାଇଛି। ସମ୍ପ୍ରତି ଦେଶର ୪୫ ବର୍ଷରୁ ଅଧିକ ବୟସ୍କମାନେ ହିଁ କୋଭିଡ୍‌ ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହେଉଛନ୍ତି।

The post ୧୧ରୁ କାର୍ଯ୍ୟସ୍ଥଳରେ କୋଭିଡ୍‌ ଟିକାକରଣ first appeared on Sambad.

from କରୋନା | Sambad https://ift.tt/3dC93ms