ଭୁବନେଶ୍ବର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଭିତ୍ତିରେ ରାଜ୍ୟରେ ପୂର୍ବରୁ ଯେଉଁ କୋଭିଡ୍‌ କେୟାର ସେଣ୍ଟର ବା ସିସିସି ରହିଥିଲା ସେସବୁ ଚିହ୍ନଟ କରି ପ୍ରସ୍ତୁତ ରଖିବା ଲାଗି ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ଯେଉଁମାନଙ୍କର ଗୃହ ପୃଥକବାସରେ ରହିବା ଲାଗି କୌଣସି ସୁବିଧା ନାହିଁ କେବଳ ସେମାନଙ୍କୁ ହିଁ ସିସିସିରେ ଆଡମିଟ୍ କରାଯିବ। ମାତ୍ର ଯେଉଁମାନଙ୍କଠାରେ ସ୍ବଳ୍ପ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନାହିଁ ସେମାନେ ଗୃହ ପୃଥକବାସରେ ରହିବେ। ସଂପୂର୍ଣ୍ଣ ଟିକା ନେଇ ସାରିଥିବା ମାନବ ସମ୍ବଳକୁ ହିଁ ସିସିସିରେ ନିୟୋଜିତ କରାଯାଇ ପାରିବ। ସିସିସିରେ ରହିଥିବା ରୋଗୀଙ୍କୁ ନଜରରେ ରଖି ମାନବ ସମ୍ବଳର ନିଯୁକ୍ତି କରିପାରିବେ। କେନ୍ଦ୍ରରେ ରହୁଥିବା ରୋଗୀମାନଙ୍କ ତଥ୍ୟ ଧାର୍ଯ୍ୟ ହ୍ବାଟସଆପ୍ ଗ୍ରୁପ୍‌ରେ ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି। ସିସିସି ବାବଦରେ ହେବାକୁ ଥିବା ଖର୍ଚକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି/ସିଏସ୍‌ଆର/ଅନ୍ୟ ସରକାରୀ ଆୟୋଜକଠାରୁ ଭରଣା କରାଯିବ ବୋଲି ଚିଠିରେ କୁହାଯାଇଛି।

The post କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦେଶ first appeared on Sambad.

from କରୋନା | Sambad https://ift.tt/3fQThXL