
ଜୟପୁର: ରାଜସ୍ଥାନରେ କୋଭିଡ୍ ଦ୍ୱିତୀୟ ଲହରର ସଂକ୍ରମଣ କ୍ରମେ ବେକାକୁ ଆଡ଼କୁ ଗତି କରୁଥିବା ବେଳେ ରାଜସ୍ଥାନ ସରକାର ଜାରି କରିଥିବା କର୍ଫ୍ୟୁ ସମୟରେ ଆଜି ପରିବର୍ତ୍ତନ କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ସମସ୍ତ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଆଜି ସନ୍ଧ୍ୟାରେ ରାଜସ୍ଥାନ ସରକାର ସଂଶୋଧିତ ଘୋଷଣାନାମା ଜାରି କରିଛନ୍ତି।
ନୂତନ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବ। ପୂର୍ବରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରରେ କର୍ଫ୍ୟୁ ଜାରି ଘୋଷଣା କରିଥିଲେ ରାଜସ୍ଥାନ ସରକାର। ନୂତନ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସମସ୍ତ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୪ଟାରୁ ବନ୍ଦ ହେବାବେଳେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଅପରାହ୍ନ ୫ଟା ପରେ ବନ୍ଦ କରିବାକୁ ପଡିବ।
The post ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରରେ କର୍ଫ୍ୟୁ ଜାରି କଲା ରାଜସ୍ଥାନ first appeared on Sambad.from କରୋନା | Sambad https://ift.tt/2QlyRvi
0 Comments