
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ପୁଣି ନୂଆ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫ ରହିଛି। ସମସ୍ତ କରୋନା ଆକ୍ରାନ୍ତ ହୋମ୍ ଆଇସୁଲେସନରେ ରହି ଚିକିତ୍ସିତ ହେଉଛନ୍ତି।
ଜିଲ୍ଲାରେ କରୋନା ଆକ୍ରାନ୍ତ ବୃଦ୍ଧିକୁ ନେଇ ଏବେ ଆଉ କଣ ନୂଆ ଯୋଜନା କରାଯିବ ତାହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଅଧିକ ଟିକାଦାନ କେନ୍ଦ୍ର ଖୋଲା ହେଉନି କି ଅସ୍ଥାୟୀ କରୋନା ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ନାହିଁ।
କରୋନା ରୋଗୀଙ୍କ ସଂଖ୍ୟା ଜିଲ୍ଲାଷରେ ୨୧୫ରେ ପହଞ୍ଚିଥିବା ବେଳେ ଏମାନଙ୍କୁ ଚିକିତ୍ସା ପାଇଁ ସରକାରୀ ଭାବେ କୌଣସି ଡାକ୍ତରଖାନାରେ ଚିକିତ୍ସିତ କରାଯାଉ ନାହିଁ। ନିଜ ନିଜ ଘରେ ରୋଗୀମାନେ ରହି ଚିକିତ୍ସା ହେଉଥିବା ବେଳେ ଏଇ ସବୁ ଅଞ୍ଚଳରେ ଏବେ ଲୋକଙ୍କ ଭିତରେ ଭୟ ସଂଚାର ହୋଇଛି। ଆଗାମୀ ଦିନରେ କରୋନାର ରୂପ କିଭଳି ହେବ। ତାହାକୁ ନେଇ ପୁଣି ଲୋକେହ ଚିନ୍ତାରେ ରହିଛନ୍ତି।
The post ଭଦ୍ରକରେ ୨୮ କରୋନା ଆକ୍ରାନ୍ତ, ଆକ୍ଟିଭ ୨୧୫ first appeared on Sambad.from କରୋନା | Sambad https://ift.tt/3a6VT03
0 Comments