ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ସଂଗ୍ରାମ ଚଳାଇଥିବା ଭାରତକୁ ସହଯୋଗ କରିବା ଲାଗି ୧୩୫ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବ ବୋଲି ‘ଗୁଗଲ୍‌’ ଘୋଷଣା କରିଛି। କମ୍ପାନିର ଦାତବ୍ୟ ସଂସ୍ଥାନ ‘ଗୁଗଲ୍‌ ଡଟ୍‌ ଓଆର୍‌ଜି’ରୁ ଦୁଇଟି ଅନୁଦାନ ସମେତ ଭାରତକୁ ଏହି ଅର୍ଥରାଶି ପ୍ରଦାନ କରାଯିବ। ଏହି ଅନୁଦାନର ସମୁଦାୟ ଅର୍ଥରାଶି ହେଉଛି ୨୦ କୋଟି ଟଙ୍କା।

ପ୍ରଥମ ପାଣ୍ଠିଟି ‘ଗିଭ୍‌ଇଣ୍ଡିଆ’କୁ ଏବଂ ଦ୍ୱିତୀୟଟି ‘ୟୁନିସେଫ୍‌’କୁ ପ୍ରଦାନ କରାଯିବ। କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ସାହାଯ୍ୟ କରିବା ଲାଗି ଡାକ୍ତରୀ ସାମଗ୍ରୀ ଖରିଦ କରିବା ପାଇଁ ଉପରୋକ୍ତ ଦୁଇ ପ୍ରତିଷ୍ଠାନ ଭାରତକୁ ସହଯୋଗ କରିବେ। କେବଳ କମ୍ପାନି ନୁହେଁ, ‘ଗୁଗ୍‌ଲର୍‌’ ବୋଲି କୁହାଯାଉଥିବା ‘ଗୁଗଲ୍‌’ର ୯୦୦ରୁ ଅଧିକ କର୍ମଚାରୀ ମଧ୍ୟ ଏହି ପାଣ୍ଠିକୁ ଆର୍ଥିକ ସହାୟତା ଦେଇଛନ୍ତି।

Image Courtesy of India.com

ଏକ ପୋଷ୍ଟ୍‍ରେ ‘ଗୁଗଲ୍‌’ ଘୋଷଣା କରିଛି ଯେ, କୋଭିଡ୍‌ ସଙ୍କଟରେ ଭୀଷଣ ପ୍ରଭାବିତ ହୋଇଥିବା ପରିବାରମାନଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ‘ଗିଭ୍‌ଇଣ୍ଡିଆ’ ନଗଦ ଅର୍ଥ ସହାୟତା ଯୋଗାଇ ଦେବ। ସେହିଭଳି, ଅକ୍ସିଜେନ୍‌, ପରୀକ୍ଷା ଉପକରଣ ସମେତ ଜରୁରୀ ମେଡିକାଲ୍‌ ସପ୍ଲାଇ ଖରିଦ କରିବାରେ ‘ୟୁନିସେଫ୍‌’ ଏହି ଅର୍ଥରେ ଭାରତକୁ ସହଯୋଗ କରିବ।

ଭାରତରେ ଦେଖା ଦେଇଥିବା କୋଭିଡ୍‌-୧୯ଜନିତ ସଙ୍କଟ କଥା ଉଲ୍ଲେଖ କରି ‘ଗୁଗଲ୍‌ ସିଇଓ’ ସୁନ୍ଦର ପିଚାଇ ଆଜି ଟୁଇଟ୍‌ କରି ଲେଖିଛନ୍ତି, ଭାରତରେ କୋଭିଡ୍‌ ପରିସ୍ଥିତିର ଅବନତି ଦେଖି ବିଚଳିତ ଲାଗିଲା।

The post କୋଭିଡ୍‌-୧୯ ସଂଗ୍ରାମରେ ସହାୟତା ପାଇଁ ଭାରତକୁ ୧୩୫ କୋଟି ଟଙ୍କା ଦେବ ‘ଗୁଗଲ୍‌’ first appeared on Sambad.

from କରୋନା | Sambad https://ift.tt/3dR5A4T