ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦେଶବ୍ୟାପୀ ଭୟ ବଢ଼ାଇଥିବା ବେଳେ ଆଜି ଅନେକ ରାଜନେତା ସଂକ୍ରମିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ ହୋଇଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। କଂ‌ଗ୍ରେସର ୨ ଜଣ ବରିଷ୍ଠ ନେତା ଏବଂ ଶି‌ରୋମଣି ଅକାଳୀ ଦଳର ଜଣେ ବରିଷ୍ଠ ନେତା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା, ଦିଗ୍‌ବିଜୟ ସିଂହ ଏବଂ ଅକାଳି ଦଳ ନେତା ହରସିମରତ କୌର ବାଦଲ୍‌ଙ୍କୁ କରୋନା ହୋଇଛି। ସୂର୍ଯେୱାଲା ଆଜି ସକାଳେ ଟ୍ବିଟ୍‌ କରି କରୋନା ସଂକ୍ରମିତ ହୋଇଥିବା କହିଛନ୍ତି। ସେହିପରି ହରସିମରତ କୌର ବାଦଲ୍‌ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ମଧ୍ୟ କରୋନା ସଂକ୍ରମିତ ହୋଇ ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ପାଇଁ ଜରୁରୀ ବୈଠକ କରିବାର କିଛି ଘଣ୍ଟା‌ ପରେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ୮ ମାସରେ ‌ୟେଦୁରପ୍ପା ଦ୍ବିତୀୟ ଥର ସଂକ୍ରମିତ ହୋଇଛନ୍ତି। ଗତବର୍ଷ ଅଗଷ୍ଟରେ ୟେଦୁରପ୍ପା ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ। ଜ୍ବର ହେବାରୁ ୟେଦୁରପ୍ପା ୨ ଦିନ ତଳେ କରୋନା ଟେଷ୍ଟ୍‌ କରିଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ୨ ଦିନ ପରେ ସେ ଆଉଥରେ ଟେଷ୍ଟ୍‌ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଛି।

The post ଜାଭଡ଼େକର, ଦିଗ୍‌ବିଜୟ, ସୂର୍ଯେୱାଲାଙ୍କୁ କରୋନା first appeared on Sambad.

from କରୋନା | Sambad https://ift.tt/3sqONtE