ଭୁବନେଶ୍ବର: ବଢ଼ି ବଢ଼ି ଚାଲିଛି କରୋନା ମିଟର୍‌। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୭ ହଜାର ୨୧୨ ଜଣ। ଏବେ ବି ସକ୍ରିୟ ଅଛନ୍ତି ୨୮୬ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୬ ଜଣ, ବରଗଡ଼ରୁ ୩୨ ଜଣ, ଭଦ୍ରକରୁ ୫ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୨୨ ଜଣ, ଗଞ୍ଜାମରୁ ୫ ଜଣ, ଯାଜପୁରରୁ ୮ ଜଣ, ଝାରସୁୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡିରୁ ୩୬ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୬୯ ଜଣ, କୋରାପୁଟରୁ ୪ ଜଣ, ମୟୂରଭଞ୍ଜରୁ ୪ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୮୬ ଜଣ, ପୁରୀରୁ ୯ ଜଣ, ସମ୍ବଲପୁରରୁ ୧୬ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି।

The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3sLZ9oK