ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ଦୁଇ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୨୯୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୭୩୩ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।।
Covid-19 Report For 14th April
New Positive Cases: 2989
In quarantine: 1733
Local contacts: 1256(Details of local contacts will be shared by concerned Dist Administration)
District Wise Cases:
1. Angul: 65
2. Balasore: 83
3. Bargarh: 126
4. Bhadrak: 34
5. Balangir: 110— I & PR Department, Odisha (@IPR_Odisha) April 15, 2021
ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୬୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୬୫, ବାଲେଶ୍ୱରରେ ୮୩, ବରଗଡ଼ରେ ୧୨୬, ଭଦ୍ରକରେ ୩୪, ବଲାଙ୍ଗୀର ୧୧୦, ବୌଦ୍ଧରେ ୧୦, କଟକରେ ୨୦୮, ଦେବଗଡ଼ରେ ୨୩, ଢେଙ୍କାନାଳରେ ୨୧, ଗଜପତିରେ ୧୫, ଗଞ୍ଜାମରେ ୬୩, ଜଗତ୍ସିଂହପୁରରେ ୨୪, ଯାଜପୁରରେ ୫୧, ଝାରସୁଗୁଡ଼ାରେ ୮୪, କଳାହାଣ୍ଡିରେ ୨୬୦, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୭୭, କୋରାପୁଟରେ ୧୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୩୮, ନବରଙ୍ଗପୁରରେ ୪୩, ନୟାଗଡ଼ରେ ୧୨, ନୂଆପଡ଼ାରେ ୧୫୧, ପୁରୀ ୧୧୨, ରାୟଗଡ଼ା ୨୭, ସମ୍ବଲପୁର ୧୪୮, ସୋନପୁର ୬, ଓ ଷ୍ଟେଟ୍ ପୁଲରୁ ୯୪ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୫୮,୩୪୨ ଥିବା ବେଳେ ସୁସ୍ଥ ହେଲେଣି ୩,୪୧,୭୩୩। ରାଜ୍ୟରେ ଏବେ ବି ୧୪୬୨୧ଟି ସକ୍ରିୟ ମାମଲା ରହିଛି।
The post ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୬୩୧ ସଂକ୍ରମିତ first appeared on Sambad.from କରୋନା | Sambad https://ift.tt/3adf20m
0 Comments