ଜେନେଭା : ଭାରତରେ ଲୋକମାନେ ଅନାବଶ୍ୟକ ଭାବେ ହସ୍ପିଟାଲ୍‌ ଯିବା ଏବଂ ବଡ଼ ସମାବେଶ ଦ୍ବାରା କୋଭିଡ୍‌ ସଙ୍କଟ ଅଧିକ ଜଟିଳ ହୋଇଯାଉଛି। ଅଧିକ ସଂକ୍ରାମକ ପ୍ରଜାତି ଏବଂ କମ୍‌ ଟିକାକରଣ ହାର ପାଇଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛନ୍ତି। ଦେଶରେ କରୋନା ମୃତ୍ୟୁ ଏବେ ୨ ଲକ୍ଷ ମୁହାଁ। ଯେଉଁ ହସ୍ପିଟାଲ୍‌ମାନଙ୍କରେ ଅକ୍ସିଜେନ୍‌ ଷ୍ଟକ୍‌ ସରିଯାଇଛି ଏବଂ ବେଡ୍‌ ନାହିଁ ସେମାନେ ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଭାରତକୁ ୪ ହଜାର ଅକ୍ସିଜେନ୍‌ କନସେନଟ୍ରେଟର୍‌ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଉପକରଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦେଇଛନ୍ତି ବୋଲି ଏହାର ମୁଖପାତ୍ର ତାରିକ୍‌ ଜାସା‌ରେଭିକ କହିଛନ୍ତି।

କରୋନା ସଂକ୍ରମିତ ହେଉଥିବା ୧୫ ପ୍ରତିଶତରୁ କମ୍‌ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା ଆବଶ୍ୟକ ଏବଂ ଆହୁରି କମ୍‌ ରୋଗୀଙ୍କୁ ଅକ୍ସିଜେନ୍‌ ଆବଶ୍ୟକ ବୋଲି ‌ସେ କହିଛନ୍ତି। ତେବେ ବର୍ତ୍ତମାନ ଏକ ସମସ୍ୟା ହେଉଛି ଯେ ଅଧିକାଂଶ ଲୋକ ହସ୍ପିଟାଲ୍‌ ଚାଲି ଯାଉଛନ୍ତି। ଯେଉଁ ରୋଗୀ ଘରେ ରହି ରୋଗରୁ ସୁସ୍ଥ ହୋଇପାରିବେ ସେମାନେ ମଧ୍ୟ ହସ୍ପିଟାଲ୍‌ ଯାଇ ଗହଳି କରିବାରୁ ସ୍ଥିତି ଜଟିଳ ହେଉଛି ବୋଲି ସେ କହିଛନ୍ତି।

The post ଅନାବଶ୍ୟକ ହସ୍ପିଟାଲ୍‌କୁ ଦୌଡ଼ିବା, ବଡ଼ ସମାବେଶ ପାଇଁ ଭାରତର ସ୍ଥିତି ଜଟିଳ : ଡବ୍ଲ୍ୟୁଏଚ୍‌ଓ first appeared on Sambad.

from କରୋନା | Sambad https://ift.tt/3nqwrrP