
ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭବନେଶ୍ବର ମହାନଗର ନିଗମ (ବିଏମ୍ସି) ବୁଧବାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ୍ ଓ ଡିଗ୍ରି କଲେଜଗୁଡ଼ିକରେ ଏହା ପାଳନ କରାଯିବ।
ବିଏମ୍ସି ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଶେଷ ହୋଇଯାଇଛି ଏବଂ ସେମାନଙ୍କର ପରୀକ୍ଷା ଦେବାର ନାହିଁ, ସେମାନେ ଯଥାଶୀଘ୍ର ହଷ୍ଟେଲ ପରିସର ଖାଲି କରନ୍ତୁ। ଏଥି ପାଇଁ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ପିଲାମାନଙ୍କର ଅଭିଭାବକମାନଙ୍କୁ ସୂଚନା ଦିଅନ୍ତୁ। ସେହିଭଳି ଯେଉଁପିଲାମାନଙ୍କର ପରୀକ୍ଷା ନିକଟରେ ନାହିଁ, ସେମାନେ ମଧ୍ୟ ହଷ୍ଟେଲ ପରିସର ଛାଡ଼ନ୍ତୁ। ପରୀକ୍ଷା ସମୟରେ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ସୂଚନା ପ୍ରଦାନ କରିବେ।
ହଷ୍ଟେଲ ପରିସରେ ଯେଉଁମାନେ ପରୀକ୍ଷା ପାଇଁ ରହିବାକୁ ଚାହୁଁଛନ୍ତି, ସେମାନେ ଗୋଟିଏ କୋଠରୀରେ ରୁହନ୍ତୁ। କିନ୍ତୁ ପିଲାମାନେ କୋଭିଡ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ। ସବୁବେଳେ ଠିକ୍ଭାବେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତ୍ବକୁ ପାଳନ ସହ ମେସ୍, କମନ୍ରୁମ୍ ଓ କରିଡରରେ ହାତ ଧୁଅନ୍ତୁ।
ଛାତ୍ରଛାତ୍ରୀମାନେ ଯଦି କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଂଘନ କରୁଛନ୍ତି, ତେବେ ଏଥି ପାଇଁ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଦାୟୀ ହେବେ।
The post ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ବିଏମ୍ସି, କରୋନା କଟକଣା ହେବ କଡ଼ାକଡ଼ି first appeared on Sambad.from କରୋନା | Sambad https://ift.tt/3mrY577
0 Comments