
ଭରୁଚ: ଗତ ରାତି ପ୍ରାୟ ୧ଟା ବେଳେ ଗୁଜରାଟର ଭରୁଚ ଅନ୍ତର୍ଗତ ‘ୱେଲ୍ଫେୟାର୍ ହସ୍ପିଟାଲ୍’ରେ ନିଆଁ ଲାଗିଯିବାରୁ ୧୮ଜଣ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଛନ୍ତି।
ସକାଳ ୬.୩୦ ସୁଦ୍ଧା ମିଳିଥିବା ସୂଚନାକୁ ଆଧାର କରି ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା କଥା ଜିଲ୍ଲାପାଳ କହିଥିଲେ। ଏବେ କିନ୍ତୁ ମୃତ୍ୟୁସଂଖ୍ୟା ୧୮ ବୃଦ୍ଧି ପାଇଛି ବୋଲି ଗଣମାଧ୍ୟମକୁ ପୁଲିସ ସୂଚନା ଦେଇଛି।
୪ ତାଲାବିଶିଷ୍ଟ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ପ୍ରାୟ ୭୦ଜଣ ରୋଗୀଙ୍କ ମଧ୍ୟରୁ ୨୪ଜଣ ଥିଲେ ‘ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ। ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ବାକି ସମସ୍ତ ରୋଗୀଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଆଖପାଖ ହସ୍ପିଟାଲ୍ମାନଙ୍କରେ ଭର୍ତ୍ତି କରିଛନ୍ତି।
ଭରୁଚ ଏସ୍.ପି. ରାଜେନ୍ଦ୍ରସିଂହ ଚୂଡ଼ସମା କହିଛନ୍ତି ଯେ, ନିଆଁ ଓ ଧୂଆଁରେ ରୁନ୍ଧି ହୋଇ ୧୨ଜଣ କୋଭିଡ୍-୧୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ।
ବାକି ୬ଜଣ ୱେଲ୍ଫେୟାର୍ ହସ୍ପିଟାଲ୍ରେ କି, ଅନ୍ୟ ହସ୍ପିଟାଲ୍ମାନଙ୍କୁ ସ୍ଥାନାନ୍ତର କରାଯିବା ବେଳେ ପ୍ରାଣ ହରାଇଲେ, ତାହା ସ୍ପଷ୍ଟ ହୋଇନାହିଁ।
ଭରୁଚ-ଜମ୍ବୁସର୍ ରାଜପଥ ପାର୍ଶ୍ବରେ ଅବସ୍ଥିତ କୋଭିଡ୍-୧୯ ହସ୍ପିଟାଲ୍ ଭାବେ ଚିହ୍ନିତ ଏହି ଡାକ୍ତରଖାନା ଗୋଟାଏ ଟ୍ରଷ୍ଟ୍ଦ୍ବାରା ପରିଚାଳିତ। କେଉଁଥିପାଇଁ ହସ୍ପିଟାଲ୍ରେ ନିଆଁ ଲାଗିଲା ତାହା ଅଦ୍ୟାବଧି ଜଣାପଡ଼ିନାହିଁ।
ଦମକଳ ବାହିନୀ ପ୍ରାୟ ଘଣ୍ଟାଏ ମଧ୍ୟରେ ହସ୍ପିଟାଲ୍ରୁ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।
The post ଗୁଜରାଟର ଭରୁଚସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ନିଆଁ ଲାଗି ୧୮ ମୃତ first appeared on Sambad.from କରୋନା | Sambad https://ift.tt/3aVRkpQ
0 Comments