ମୁମ୍ବାଇ: ଯଦି କୋଭିଡ୍-୧୯ ପରିସ୍ଥିତି ଲାଗି ରହିବ ତେବେ, ମହାରାଷ୍ଟ୍ରରେ ପୁଣି ଥରେ ଲକ୍ଡାଉନ୍ ଜାରି ହେବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି।
କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ସଂକ୍ରାନ୍ତରେ ରାଜ୍ୟର ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ଠାକ୍ରେ କହିଲେ, ଅନେକ ବିଶେଷଜ୍ଞ ପ୍ରସ୍ତାବ ଦେଇଛନ୍ତି। କେତେକ କହିଛନ୍ତି, ସେମାନେ ଲକ୍ଡାଉନ୍କୁ ସେମାନେ ବିରୋଧ କରିବେ। ଲକ୍ଡାଉନ୍ ବିକଳ୍ପ ନୁହେଁ। ଯେଉଁମାନେ କର୍ମସଂସ୍ଥାନ ହରାଇବେ ସେମାନଙ୍କ ପାଖକୁ ଟଙ୍କା ପଠାଅ। ଜଣେ ଶିଳ୍ପପତି ମଧ୍ୟ କହିଛନ୍ତି ଯେ, ଲକ୍ଡାଉନ୍ ନ କରି ସରକାର ସ୍ୱାସ୍ଥ୍ୟ ସୁବିଧା ଉନ୍ନତ କରୁ ନାହାନ୍ତି କାହିଁକି। ଲୋକମାନଙ୍କୁ ମୋର ଗୋଟାଏ ଅନୁରୋଧ ସେମାନେ ମୋ ଲାଗି ଡାକ୍ତର ଆଣନ୍ତୁ। ଡାକ୍ତରଖାନା ପାଇଁ କାମ କରିବା ଲାଗି ଲୋକ ଆଣନ୍ତୁ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଲକ୍ଡାଉନ୍କୁ ବିରୋଧ କରିବା ଆଗ୍ରହୀ ବ୍ୟକ୍ତିବିଶେଷ ରାସ୍ତାକୁ ବାହାରି ପାରନ୍ତି। ସେମାନେ ବାହାରନ୍ତୁ କିନ୍ତୁ, ଲକ୍ଡାଉନ୍କୁ ବିରୋଧ କରିବାକୁ ନୁହେଁ। କୋଭିଡ୍ ଡାକ୍ତରଖାନାମାନଙ୍କରେ କାର୍ଯ୍ୟରତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆସନ୍ତୁ।
ସେ ଆହୁରି ମଧ୍ୟ କହିଲେ, ବଢ଼ି ଚାଲିଥିବା ସଂକ୍ରମଣ ମାମଲା ନିୟନ୍ତ୍ରଣ କରିବା ଲାଗି କଠୋର କଟକଣା ଆବଶ୍ୟକ। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ସେଭଳି କଟକଣା ଜାରି କରାଯିବ।
ବର୍ଦ୍ଧିଷ୍ଣୁ ପରିସ୍ଥିତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଲେ, ଯଦି ସାମ୍ପ୍ରତିକ ପରିସ୍ଥିତି ଲାଗି ରହେ, ଅଳ୍ପ କେତେ ଦିନ ଭିତରେ ଡାକ୍ତରଖାନା ଭରିଯିବ। ସମସ୍ତ ରାନୈତିକ ଦଳମାନଙ୍କୁ ମୋର ଅନୁରୋଧ ସେମାନେ ରାଜନୀତିରେ ଲିପ୍ତ ହୁଅନ୍ତୁ ନାହିଁ। ରାଜନୀତି ଲୋକଙ୍କ ଜୀବନ ପାଇଁ ଖେଳ ପାଲଟି ଯିବ।
The post କୋଭିଡ୍-୧୯ ପରିସ୍ଥିତି ଲାଗି ରହିଲେ ମହାରାଷ୍ଟ୍ରରେ ଲକ୍ଡାଉନ୍ ଜାରି ହୋଇପାରେ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ first appeared on Sambad.from କରୋନା | Sambad https://ift.tt/2PWuuq8
0 Comments