ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ତୃତୀୟ ଦଫା କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଛି। ଏଥିରେ ହିତାଧିକାରୀ ଭାବେ ୪୫ ବର୍ଷରୁ ବୟସ୍କ ସମସ୍ତ ନାଗରିକ ସାମିଲ ହୋଇଛନ୍ତି। ତେବେ ଦେଶବ୍ୟାପୀ ଟିକାକରଣକୁ ଦ୍ରୁତତର କରିବା ଲାଗି ଚଳିତ ଏପ୍ରିଲ ମାସ ସାରା ସରକାରୀ ଛୁଟି ଦିନ ସମେତ ପ୍ରତ୍ୟହ କୋଭିଡ୍‌ ଟିକାକରଣ ଜାରି ରହିବ ବୋଲି ସରକାର ଜଣାଇଛନ୍ତି। ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ଟିକାକେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏହି ମର୍ମରେ କେନ୍ଦ୍ର ସରକାର ନିର୍ଦ୍ଦେଶ କରିଛନ୍ତି।

The post ଏପ୍ରିଲରେ ଛୁଟିଦିନ ସମେତ ପ୍ରତ୍ୟହ ଚାଲିବ ଟିକାକରଣ first appeared on Sambad.

from କରୋନା | Sambad https://ift.tt/3mkRc7O