
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ଏବେ ଅନିୟନ୍ତ୍ରିତ ହୋଇପଡ଼ିଛି। ଲଗାତାର ୨ ଦିନ ଧରି ରାଜ୍ୟରେ ସଂକ୍ରମଣ ମାମଲା ୨୫ ହଜାରରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟାରେ ୨୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହେବା ପରେ ଅଧିକ କଟକଣା ଜାରି କରାଯାଇଛି। ମୁମ୍ବାଇରେ ସଂକ୍ରମଣ ମାମଲା ସର୍ବାଧିକ ୩,୦୬୧ ରହିଛି। ସଂକ୍ରମଣ ବଢ଼ିବାରୁ ମୁମ୍ବାଇରେ ବିଭିନ୍ନ ଅଞ୍ଚଳରୁ ବ୍ୟାପକ ଭାବେ ନମୁନା ସଂଗ୍ରହ କରି ଟେଷ୍ଟ୍ କରାଯିବ। ମଲ୍ରେ ଦୈନିକ ୪୦୦ ରୢାପିଡ୍ ଏଣ୍ଟିଜେନ୍ ଟେଷ୍ଟ୍ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ରେଳ ଷ୍ଟେସନ୍ରେ ଦୈନିକ ୧,୦୦୦ ଟେଷ୍ଟ୍ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପୁଅ ତଥା ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍ରେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
ନାଗପୁରରେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଲକ୍ଡାଉନ୍ ସମୟମୀମାକୁ ଆସନ୍ତା ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ରରେ ଏଚ୍ଏସ୍ସି ଏବଂ ଏସ୍ଏସ୍ସି ପରୀକ୍ଷା ଅଫଲାଇନ୍ରେ ହେବ ବୋଲି ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକ୍ୱାଡ଼ କହିଛନ୍ତି।
The post ମହାରାଷ୍ଟ୍ର ସ୍ଥିତି ଅନିୟନ୍ତ୍ରିତ: ଲକ୍ଡାଉନ୍ ଅବଧି ବଢ଼ିଲା, ମୁମ୍ବାଇରେ ୩ ହଜାରରୁ ଅଧିକ ମାମଲା first appeared on Sambad.from କରୋନା | Sambad https://ift.tt/3lyeZ3A
0 Comments