
କୋଲ୍କାତା: ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ୍-ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନ ଦେବାର ସମ୍ଭାବନା ଅଛି।
ଆଜି ହେବାକୁ ଥିବା ଏହି ଭର୍ଚ୍ୟୁଆଲ୍ ବୈଠକରେ ମମତାଙ୍କ ପରିବର୍ତ୍ତେ, ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଯୋଗ ଦେବେ। ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ରାଜ୍ୟର ଏକାଧିକ ଜିଲ୍ଲାରେ ନିର୍ବାଚନ ପ୍ରଚାର ଅଭିଯାନରେ ବ୍ୟସ୍ତ ଥିବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବା ସମ୍ଭବ ହେବନାହିଁ।
ଆଜି ଦିନ ୧୨.୩୦ରେ ଏହି ଭର୍ଚ୍ୟୁଆଲ୍ ବୈଠକ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ, ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଝାଡ଼ଗ୍ରାମରେ ଦୁଇଟି ରାଲିରେ ଯୋଗ ଦେବେ ବୋଲି ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ବାନାର୍ଜୀ ଦିନ ୧୨ଟାରେ ଲାଲ୍ଗଡ଼ ରାଲି ଏବଂ ଦିନ ୨ଟାରେ ଗୋପୀବଲ୍ଲଭପୁରରେ ଅନ୍ୟ ଏକ ରାଲିରେ ଯୋଗ ଦେବେ।
ଅଳ୍ପ ଦିନ ହେବ ଦେଶର ବିଭିନ୍ନ ଅଞ୍ଚଳରେ ହଠାତ୍ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଘଟିବା ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହି ବୈଠକର ମୁଖ୍ୟ ଆଜେଣ୍ଡା। ସୂଚନାଯୋଗ୍ୟ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡୁ ଭଳି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା କ୍ରମଶଃ ବଢ଼ି ଚାଲିଛି।
The post ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୋଭିଡ୍-ସମୀକ୍ଷା ବୈଠକରେ ଯୋଗ ଦେବେନାହିଁ ମମତା ବାନାର୍ଜୀ first appeared on Sambad.from କରୋନା | Sambad https://ift.tt/3cJEbAf
0 Comments