
ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।
ଆନନ୍ଦ ମହିନ୍ଦ୍ରା କରୋନା ଭାଇରସ ସଂକ୍ରମଣ ନେଇ ଏକ ଟୁଇଟ ଜରିଆରେ ସ୍ବତନ୍ତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ତାହାକୁ ନେଇ ଚିନ୍ତା କରିବା ସହିତ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ। ଲକଡାଉନ ଲାଗୁ କରିବା ବଦଳରେ ଟିକାକରଣ ଅଧିକ ମାତ୍ରା୍ରେ ବୃଦ୍ଧି କରିବା ଦିଗରେ ଧ୍ୟାନ ଦେବା ଦରକାର।
![]()
ଆନନ୍ଦ ମହିନ୍ଦ୍ରା ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନୂଆ ପ୍ରତିବନ୍ଧକ ଲାଗୁ କରିବାକୁ ନେଇ ଏକ ଖବର ଟୁଇଟରରେ ସେୟାର କରି ଲେଖିଛନ୍ତି, ଦେଶରେ ପ୍ରତିଦିନ କରୋନାକୁ ନେଇ ଯେଉଁ ନୂଆ ମାମଲା ସାମ୍ନାକୁ ଆସୁଛି ସେଥିରୁ ଅଧାରୁ ଅଧିକ ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ର ଦେଶର ଆର୍ଥିକ ଗତିବିଧିର କେନ୍ଦ୍ର ଅଟେ।
Over half the new daily cases are in Maharashtra.The state is the nerve-centre of the country’s economic activity & more lockdowns will be debilitating. Maharashtra needs emergency permission to vaccinate EVERY willing person. No shortage of vaccines. @PMOIndia @drharshvardhan https://t.co/AemBFcrAd7
— anand mahindra (@anandmahindra) March 15, 2021
ଏଠାରେ କଡ଼ା ପ୍ରତିବନ୍ଧକ ଲଗା ଯିବାର ଅର୍ଥ ରାଜ୍ୟକୁ ଦୁର୍ବଳ କରିବା। ମୋର କହିବାର ଅର୍ଥ ମହାରାଷ୍ଟ୍ରରେ ପ୍ରତ୍ୟେକ ଇଚ୍ଛୁକ ବ୍ୟକ୍ତିଙ୍କୁ ଟିକା ଲଗାଇବା ଉଚିତ। ଏହାପାଇଁ ଜରୁରୀକାଳିନ ଅନୁମତି ଦେବା ସହିତ ଟିକାକରଣକୁ ବୃଦ୍ଧି କରାଯାଉ। ମୋର ଯେତିକି ଆଶା ଦେଶରେ ଟିକାର ଅଭାବ ନାହିଁ।
ଆନନ୍ଦ ମହିନ୍ଦ୍ରା ଏହି ଟୁଇଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି।
The post କରୋନାରୁ କିପରି ରକ୍ଷା ପାଇ ହେବ ତାହାକୁ ନେଇ ଆନନ୍ଦ ମହିନ୍ଦ୍ରା ଦେଲେ ସ୍ବତନ୍ତ୍ର ପରାମର୍ଶ first appeared on Sambad.from କରୋନା | Sambad https://ift.tt/3tpHz9Z
0 Comments