
ସୁରତ : ଗୁଜୁରାଟର ହୀରକ ନଗରୀ ସୁରତରେ ବଢିଚାଲିଥିବା କରୋନା ସଂକ୍ରମଣ ପ୍ରଶାସନର ଚିନ୍ତାର କାରଣ ହୋଇଛି । ଗତ କାଲି ଗୋଟିଏ ଦିନରେ ସହରରେ ମୋଟ ୬୧୧ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ସୁରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମୋଟ ସଂକ୍ରମଣ ସଂଖ୍ୟା ୪୮,୪୬୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ସହରରେ ଗତ ୨୪ ଘଣ୍ଟାରେ ମୋଟ ୨ ଜଣ ମୃତ୍ୟୁବରଣ କରିଛନ୍ତି ।
ସୁରତର କରୋନା ହଟସ୍ପଟ୍ ଅଥଓ୍ବା ଓ ରାଣ୍ଡର ଜୋନରେ ଯଥାକ୍ରମେ ୧୧୨ ଓ ୧୦୩ ଟି ନୂଆ ମାମଲା ଚିହ୍ନଟ ହୋଇଛି । ସହରରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ହସପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି । ସହରର ବିଭିନ୍ନ ହସପିଟାଲଗୁଡ଼ିକରେ ଏବେ ପ୍ରାୟ ୭୬୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।
ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସୁରତ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁ ସମେତ ଅନ୍ୟାନ୍ୟ କଟକଣାକୁ କଡ଼ାକଡ଼ି କରିଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସହରରେ ଟିକାକରଣକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
The post ସୁରତରେ ଗୋଟିଏ ଦିନରେ ୬୧୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨ ମୃତ first appeared on Sambad.from କରୋନା | Sambad https://ift.tt/31rEz15
0 Comments