
ଭୁବନେଶ୍ବର : ରାଜଧାନୀରେ ଦୋଳ ଯାତ୍ରା କିପରି ହେବ ସେନେଇ ବିଏମ୍ସି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଗାଇଡ୍ଲାଇନ୍ ଜାରି କରାଯାଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଗୋଟିଏ ବିମାନ ସହିତ ସର୍ବାଧିକ ୬ଜଣ ଯାଇପାରିବେ। ଯେଉଁମାନେ ବିମାନ କାନ୍ଧେଇବେ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବିମାନ କୌଣସି ଶୋଭାଯାତ୍ରାରେ ଯିବନି କି କୌଣସି ବାଦ୍ୟଯନ୍ତ୍ର ବାଜିବନି। ବିମାନ ପାଖକୁ ଯେପରି ଅଧିକ ଲୋକ ଆସିବେନି ସେଥିପାଇଁ ଆୟୋଜକ ବ୍ୟବସ୍ଥା କରିବେ। ସେହିପରି ମେଳନ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ଜଣ ଲୋକ ରହିପାରିବେ। ମେଳନକୁ କେତେ ଲୋକ ଆସିେବ, କେତୋଟି ବିମାନ ଆସିବ, କେଉଁଠି ମେଳନ ହେବ ସେନେଇ ଆୟୋଜକଙ୍କୁ ବିଏମ୍ସିରୁ ଅନୁମତି ନେବାକୁ ହେବ। ମେଳନ ପଡ଼ିଆରେ କୌଣସି ଯାତ୍ରା, ଅର୍କେଷ୍ଟ୍ରା କି ମୀନାବଜାର ପଡ଼ିବନି ବୋଲି କୁହାଯାଇଛି।
ବିମାନବନ୍ଦର ଓ ରେଳଷ୍ଟେସନରେ ଯାଞ୍ଚ କଡ଼ାକଡ଼ି ହେବ
ଭୁବନେଶ୍ବର : କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ଚେକିଂ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ବାଧ୍ୟତାମୂଳକ କରିବା ସହ ସନ୍ଦିଗ୍ଧଙ୍କର କୋଭିଡ ପରୀକ୍ଷା କରାଯିବ। ବିଶେଷକରି ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, କେରଳ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ସହ କୋଭିଡ୍ ପରୀକ୍ଷା କଡ଼ାକଡ଼ି କରାଯିବ। ଏଥିରେ ଅଧିକ ଆର୍ଟିପିସିଆର୍ ପରୀକ୍ଷା ହେବ ବୋଲି କୁହାଯାଇଛି।
ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କୁ କରୋନା
ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିରର ଜଣେ ସମର୍ଥା ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ କିପରି କରୋନା ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡ଼ି ନ ଥିଲେ ହେଁ ଜଣେ ସେବାୟତ ଆକ୍ରାନ୍ତ ହେବା ପରେ ଅନ୍ୟ ସେବାୟତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏ ନେଇ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, କରୋନା ଆକ୍ରାନ୍ତ ହୋଇଥିବା ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଏବେ ମନ୍ଦିରର ସମସ୍ତ ସେବାୟତଙ୍କର କରୋନା ପରୀକ୍ଷା ହେବ କି ନାହିଁ ସେ ନେଇ କିଛି ନିଷ୍ପତ୍ତି ହୋଇନି। କିନ୍ତୁ ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ କୋଭିଡ ପରୀକ୍ଷା କରିବାକୁ କୁହାଯାଇଛି। ମାତ୍ର ଏବେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କିଛି କଟକଣା ଜାରି କରାଯାଇ ନାହିଁ।
from କରୋନା | Sambad https://ift.tt/3c95S6r
0 Comments