
ଗଡ଼ପୋଷ : ବାମରା ବ୍ଲକ୍ ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ହୋଇଥିବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ରେ ଜଣେ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଯୋଦ୍ଧା ଜଣକ କରୋନା ଟିକାକରଣ ଦ୍ବିତୀୟ ଡୋଜ୍ ନେଇଥିବା ପରେ ବି ସେ ସଂକ୍ରମିତ ହୋଇଛନ୍ତି। ଟିକା ନେବା ପରେ ମଧ୍ୟ କଟକଣାକୁ ଗୁରୁତ୍ବର ସହିତ ପାଳନ କରିବାକୁ ହେବେ ବୋଲି ସ୍ପଷ୍ଟ ହୋଇଛି। ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଟିକାକରଣ ଚାଲିଥିବା ବେଳେ ଲୋକଙ୍କ ଭୁଲ ଧାରଣା ଏହି ଅଭିଯାନ ପାଇଁ ଏକ ଶକ୍ତ ଧକ୍କା ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଗଡ଼ପୋଷ ଅଞ୍ଚଳରେ ଦୀର୍ଘ ଦିନର ବ୍ୟବଧାନ ପରେ ଜଣେ ସଂକ୍ରମିତ ହେବା ଲୋକଙ୍କୁ ପୁଣି ଆତଙ୍କିତ କରିଦେଇଛି। ଏହା ସତ୍ତ୍ୱେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ରକ୍ଷା କରିବା କିମ୍ବା ହାତ ଧୋଇବା ଉପରେ ଲୋକମାନେ ଗୁରୁତ୍ବ ଦେଉ ନଥିବା ଦେଖିବାକୁ ମିଳିଛି। ବାରମ୍ବାର ବିଭିନ୍ନ ମାଧ୍ୟମରେ ଟିକାକରଣ ପରେ ମଧ୍ୟ କଟକଣାକୁ ଦୃଢ଼ ଭାବେ ମାନିବାକୁ ପରାମର୍ଶ ଦେବା ସତ୍ତ୍ୱେ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡୁ ନଥିବା ଦେଖାଯାଇଛି। କିଛି ଲୋକ ଠିକ୍ ଢଙ୍ଗରେ ମାସ୍କ ପିନ୍ଧୁ ନଥିବା ଦେଖାଯାଇଛି। କେବଳ ପୁଲିସ ଭୟରେ ମାସ୍କକୁ ବେକରେ ଗୁରେଇ ରଖୁଛନ୍ତି। ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ କରୋନାର ଦ୍ଵିତୀୟ ଲହରିର ସମ୍ଭାବନା ସଂପର୍କରେ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।
The post ଦ୍ବିତୀୟ ଡୋଜ୍ ଟିକା ନେବା ପରେ ବି କରୋନା ପଜିଟିଭ୍ first appeared on Sambad.from କରୋନା | Sambad https://ift.tt/3tY045A
0 Comments