ଚିନ୍ତା ବଢ଼ାଉଛି ନାଗପୁର ସଂକ୍ରମଣ, ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି, ବେଡ୍‌ ଅଭାବ

ନାଗପୁର : ନାଗପୁର ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଲଗାତାର ୯ ଦିନ ଧରି ନାଗପୁରରେ ସଂକ୍ରମଣ ମାମଲା ୩ ହଜାରରୁ ଅଧିକ ରହୁଛି। ଗତକାଲି ନାଗପୁରରେ ସଂକ୍ରମଣ ମାମଲା ୩,୫୭୯ ଥିଲା ଏବଂ ୪୭ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ନାଗପୁର ସହରରୁ ୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନା‌ଗପୁର‌ରେ ମୋଟ୍‌ ମାମଲା ୨,୦୭,୦୬୭ରେ ପହଞ୍ଚିଛି। ଆରୋଗ୍ୟ ହାର ୮୦.୮ ପ୍ରତିଶତକୁ ଖସି ଆସିଛି।

ତେବେ ନାଗପୁରରେ ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବାବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ବେଡ୍‌ର ଘୋର ଅଭାବ ଦେଖା‌ଦେଇଛି। ଗତ ଦୁଇ ଦିନ ମଧ୍ୟରେ ମେଡିକାଲ୍‌ କଲେଜ୍‌, ପୌର ନିଗମ ଏବଂ ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ସଙ୍କଟ ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ବେଡ୍‌ ନିଅଣ୍ଟ ହେଉଛି।

The post ଚିନ୍ତା ବଢ଼ାଉଛି ନାଗପୁର ସଂକ୍ରମଣ, ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି, ବେଡ୍‌ ଅଭାବ first appeared on Sambad.

from କରୋନା | Sambad https://ift.tt/2NXk6hn

Post a Comment

0 Comments