ଭୟ ବଢ଼ାଉଛି ଦ୍ବିତୀୟ ଲହର: ଦୈନିକ ସଂକ୍ରମଣ ୬୦ ହଜାର ଟପିଲା, ମହାରାଷ୍ଟ୍ର, ପଂଜାବ, ଗୁଜରାଟ ସ୍ଥିତି ଜଟିଳ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଏବେ କ୍ଷୀପ୍ର ଗତିରେ ବଢ଼ି ଚାଲିଛି। ଦ୍ବିତୀୟ ଲହରରେ ସଂକ୍ରମଣର ଏଭଳି ପ୍ରକୋପ ଭୟ ବଢ଼ାଉଛି । ବିଗତ ୨୪ ଘଣ୍ଟାରେ ଦେଶରେ ୬୨,୨୫୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତବର୍ଷ ଅକ୍ଟୋବର ୧୭ ପରେ ଏହା ସର୍ବାଧିକ ସଂକ୍ରମଣ। ମହାରାଷ୍ଟ୍ର, ପଂଜାବ ଏବଂ ଗୁଜରାଟରେ ବିପଜ୍ଜନକ ସ୍ଥିତି ଉପୁଜିଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ସାଢ଼େ ୪ ଲକ୍ଷ ଟପିଯାଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୧୯,୦୮,୯୧୦କୁ ବୃଦ୍ଧି ପାଇଛି ଏବଂ ମୋଟ୍‌ କରୋନା ମୃତ୍ୟୁ ୧,୬୧,୨୪୦ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ସର୍ବାଧିକ ୩୬,୯୦୨ ନୂଆ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି ଏବଂ ଦିନକରେ ମୁମ୍ବାଇରେ ୫,୫୧୫ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ବାଦ୍‌ ପଂଜାବ, ଗୁଜରାଟରେ ମଧ୍ୟ ଦୈନିକ ସଂକ୍ରମଣ ବଢ଼ୁଛି। ପଂଜାବରେ ଦୈନିକ ସଂକ୍ରମଣ ମାମଲା ୩୧୭୬ ରହିଛି। ଅନ୍ୟପକ୍ଷେ ଗୁଜରାଟରେ ଶୁକ୍ରବାର ୨,୧୯୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣରେ କର୍ଣ୍ଣାଟକ, ଗୁଜରାଟ, ଏବଂ ମଧ୍ୟପ୍ରଦେଶ ‌କେରଳକୁ ଟପିଯାଇଛନ୍ତି। ଦେଶରେ ଅଧିକ ସଂକ୍ରମଣ ମାମଲା ଥିବା ୬ ରାଜ୍ୟ ମଧ୍ୟରେ ବି କେରଳ ନାହିଁ। ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶରୁ ଦେଶର ୮୦ ପ୍ରତିଶତ ନୂଆ ମାମଲା ରହିଛି। ଏହି ୬ ରାଜ୍ୟ ମଧ୍ୟରେ କେରଳ ନାହିଁ। ଦିଲ୍ଲୀରେ ୨୪ ଘଣ୍ଟାରେ ୧୫୩୪ ନୂଆ ମାମଲା ଚିହ୍ନଟ ହୋଇଛି।

The post ଭୟ ବଢ଼ାଉଛି ଦ୍ବିତୀୟ ଲହର: ଦୈନିକ ସଂକ୍ରମଣ ୬୦ ହଜାର ଟପିଲା, ମହାରାଷ୍ଟ୍ର, ପଂଜାବ, ଗୁଜରାଟ ସ୍ଥିତି ଜଟିଳ first appeared on Sambad.

from କରୋନା | Sambad https://ift.tt/39lMst0

Post a Comment

0 Comments