ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୫୬ ହଜାରରୁ ଅଧିକ ନୂତନ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି | ତେବେ ସୋମବାର ରିପୋର୍ଟ ହୋଇଥିବା ତୁଳନାରେ ଏହା ୧୭ ପ୍ରତିଶତ କମ୍ ରହିଛି । ସେହିପରି ଦିନକ ମଧ୍ୟରେ ୨୭୧ ଜଣ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି | ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା ୧.୨୦ ଲକ୍ଷ ଅତିକ୍ରମ କରିଛି |
ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ ଜଣଙ୍କୁ କରୋନା ଟିକା ଦିଆଯାଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଞ୍ଜାବ ସମେତ ଆଠଟି ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୬,୨୧୧ ଟି ନୂଆ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ଭାରତରେ ମୋଟ ପଜିଟିଭଙ୍କ ସଂଖ୍ୟା ୧କୋଟି ୨୦ ଲକ୍ଷ ୯୫ ହଜାର ୮୫୫ରେ ପହଂଚିଛି |
ସେହିପରି ଦିନକ ମଧ୍ୟରେ ୨୭୧ ଜଣଙ୍କର ମୃତ୍ୟୁ ପରେ, ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ ରେ ପହଞ୍ଚିଛି। ଉଲ୍ଲେଖ ଥାଉ କି ଦେଶରେ ସମୁଦାୟ ସକ୍ରିୟ ମାମଲା ୫ ଲକ୍ଷ ୪୦ ହଜାର ୭୨୦ ଥିବାବେଳେ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣଙ୍କୁ ଡିସଚାର୍ଜ କରାଯାଇଛି।
The post ଭାରତରେ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଲା ୫୬ ହଜାର ନୂଆ ସଂକ୍ରମଣ, ଦିନକରେ ୨୭୧ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3uaIbkr
0 Comments