
ନୂଆଦିଲ୍ଲୀ: ‘କୋଭାକ୍ସିନ୍’- କରୋନାଭାଇରସ୍ ବିରୁଦ୍ଧରେ ଭାରତୀୟ କମ୍ପାନି ବାୟୋଟେକ୍ର ନିଜସ୍ୱ ବିକଶିତ ଟିକା ‘କୋଭାକ୍ସିନ୍’ ସଂପୂର୍ଣ୍ଣ ନିରାପଦ ଓ କୌଣସି ପ୍ରକାରର ବାହ୍ୟ ପ୍ରତିକ୍ରିୟା ବିହୀନ ବୋଲି ଆଜି (ଗୁରୁବାର) । କେନ୍ଦ୍ର ସରକରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ‘କୋଭାକ୍ସିନ୍’କୁ ନୈଦାନିକ ପରୀକ୍ଷା ବା କ୍ଲିନିକାଲ୍ ଟ୍ରାଏଲ୍ ମୋଡରୁ ହଟାଇ ଦିଆଯାଇଛି। ସେଥିପାଇଁ ବର୍ତ୍ତମାନ ଠାରୁ କୋଭିଡ୍-୧୯ ପ୍ରତିଷେଧକ ଟିକା ‘କୋଭାକ୍ସିନ୍’ ଗ୍ରହଣ କରୁଥିବା ହିତାଧିକାରୀଙ୍କୁ ଟିକା ନେବା ପୂର୍ବରୁ ସମ୍ମତି ଫର୍ମରେ ଦସ୍ତଖତ କରିବାକୁ ପଡିବ ନାହିଁ। ଔଷଧ ଓ ଟିକାର ବିକାଶ ଓ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିଥିବା ଏକ ବିଷୟ ବିଶେଷଜ୍ଞ କମିଟି ଦେଶର ଔଷଧ ନିୟାମକ (ଡିସିଜିଆଇ)ଙ୍କୁ ଏ ସମ୍ପର୍କରେ ସୁପାରିଶ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କୋଭିଡ୍-୧୯ ପ୍ରତିଷଧେକ ଟିକା ‘କୋଭାକ୍ସିନ୍’ର ସଫଳତା କିମ୍ବା କାର୍ଯ୍ୟକାରିତା ହାର ୮୧ ପ୍ରତିଶତ ଉପରେ ଆଧାରିତ ଥିଲା। ଏହି ପରୀକ୍ଷଣରେ ୨୫.୦୦୦ରୁ ଅଧିକ ଲୋକ ଥିଲେ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ‘କୋଭାକ୍ସିନ’କୁ ଜରୁରୀକାଳୀନ ବ୍ୟବହାର ଭାବେ ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇ ସାରିଥିବା ବେଳେ ମାତ୍ର ୩୧୧ଟି ପାର୍ଶ୍ୱ ପ୍ରତିକ୍ରିୟା ମାମଲା ରହିଛି।
The post ‘କୋଭାକ୍ସିନ୍’ ସଂପୂର୍ଣ୍ଣ ନିରାପଦ; ଏହାକୁ ନେବାବେଳେ କୌଣସି ସମ୍ମତି ଫର୍ମ ପୂରଣ କରିବାର ଆବଶ୍ୟକତା ନାହିଁ first appeared on Sambad.
from କରୋନା – Sambad https://ift.tt/38vIDBa
0 Comments