ଭୁବନେଶ୍ବର: ଆଜି ସାରା ରାଜ୍ୟରେ ରଙ୍ଗର ପର୍ବ ହୋଲି ପାଳିତ ହେଉଛି । ହେଲେ ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେଉଥିବା କାରଣରୁ ଲୋକଙ୍କ ଭିତରେ ସେତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । ଏଣୁ ଲେକେ କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ବାଧ୍ୟ ହେଉଛନ୍ତି ।

ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲା, ବାଲେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁର ସମେତ ରାଜ୍ୟର ପ୍ରମୁଖ ମହାନଗରରେ ବି ଲୋକେ ଘରେ ଓ ପରିବାରବର୍ଗଙ୍କ ସହ ହୋଲି ପାଳନ କରୁଛନ୍ତି। ରାସ୍ତାରେ ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳାଯିବାର ଦେଖିବାକୁ ମିଳୁନାହିଁ। ଏଯାଏଁ ହୋଲି ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନଥିବାର ସୂଚନା ରହିଛି। କେହିକେହି ଏହି ଧରଣର ହୋଲି ପାଳନକୁ ନେଇ ଖୁସି ଥିବା ବେଳେ ଆଉ କେତେକ ଏହାକୁ ନେଇ ବିଶେଷ ଉତ୍ସାହିତ ନଥିବା କହିଛନ୍ତି।  ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବା ପରିଲକ୍ଷିତ ହେଉଛି।

 

The post କୋଭିଡ କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ହୋଲି first appeared on Sambad.

from କରୋନା | Sambad https://ift.tt/3u5X1Z8