ଚନ୍ଦନେଶ୍ୱର ଟ୍ରଷ୍ଟବୋର୍ଡ ବୈଠକରେ ନିିଷ୍ପତ୍ତି: ଚଳିତ ବର୍ଷ ପାଳନ ହେବନି ପ୍ରସିଦ୍ଧ ଚଡକ ପର୍ବ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଅଧିଷ୍ଠିତ ପୂର୍ବଭାରତର ଅନ୍ୟତମ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ପର୍ବକୁ ଆଉ ରହିଲା ୧୨ଦିନ। ମାତ୍ର ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ହେବନି ଚଡକ ପର୍ବ। ଲକ୍ଷ ଲକ୍ଷ ଉପବିତଧାରୀ ଭକ୍ତ ସାମିଲ ହେବେନି ବାବାଙ୍କ ଏହି ମହାପର୍ବରେ। କେବଳ ସେବାୟତ ଏବଂ ନିର୍ଦ୍ଧିଷ୍ଟ ୧୪ ଜଣ ଭକ୍ତଙ୍କୁ ନେଇ କେବଳ ପାଳନ କରାଯିବ କୌଳିକ ପ୍ରଥା, ରୀତିନୀତି ଓ ନୀତିକାନ୍ତି।

ସେହିପରି ସମସ୍ତ ସେବାୟତ ମାନଙ୍କର ହେବ କୋଭିଡ ପରୀକ୍ଷା ଏବଂ ଟିକାକରଣ। ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି ଅନୁଷ୍ଠିତ ଟ୍ରଷ୍ଟ ବୋର୍ଡ ବୈଠକରେ । ସମ୍ପ୍ରତି କରୋନାର ଦ୍ଵିତୀୟ ପ୍ରବାହ ଚାଲିଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଦ୍ଵିତୀୟ ପର୍ଯ୍ୟାୟରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ସଂକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ।

The post ଚନ୍ଦନେଶ୍ୱର ଟ୍ରଷ୍ଟବୋର୍ଡ ବୈଠକରେ ନିିଷ୍ପତ୍ତି: ଚଳିତ ବର୍ଷ ପାଳନ ହେବନି ପ୍ରସିଦ୍ଧ ଚଡକ ପର୍ବ first appeared on Sambad.

from କରୋନା | Sambad https://ift.tt/3s2ElsR

Post a Comment

0 Comments