
ନୂଆପଡ଼ା: କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବରିଷ୍ଠ ନାଗରିକ ରୂପେ ସେ କୋଭିଡ-୧୯ର ପ୍ରଥମ ଡୋଜ ଟିକା ଗ୍ରହଣ କରିଥିଲେ। ତେବେ ବ୍ୟାପକ ଜନ ସମ୍ପର୍କରେ ସାମିଲ ରହୁଥିବା କାରଣରୁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଅଛି। ଆଜି ସେ ଅସୁସ୍ଥ ଅନୁଭବ କରିବାରୁ କୋଭିଡ ପରୀକ୍ଷା କରାଇଥିଲେ ଏବଂ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କାଳୀ ଚରଣ ବେହେରା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାଂସଦ ପଣ୍ଡା ହୋମ ଆଇସଲେସନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷା କରାଇବା ପାଇ ଅନୁରୋଧ କରିଛନ୍ତି।
ନୂଆପଡ଼ା ଜିଲ୍ଲାରେ ଆଜି ପୁଣି ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା କରୋନା ପଜିଟିଭ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/31sgJC4
0 Comments