ସିନାପାଲି/କୋମନା : ନୂଆପଡ଼ା ଜିଲ୍ଲାରେ ବେକାବୁ ହେଉଛି କରୋନାର ଦ୍ବିତୀୟ ଲହର। ଜିଲ୍ଲାର ସିନାପାଲି ବ୍ଲକ୍‌ ବ୍ରାହ୍ମଣପଡ଼ାରେ ବୁଧବାର ୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗୁରୁବାର ଆଉ ୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୨ଜଣ ପଡ଼ୋଶୀ କୋଟାମାଲ ଗ୍ରାମର। ସେପଟେ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବା ପରେ ବୁଧବାର ସନ୍ଧ୍ୟାରେ ନୂଆପଡ଼ା ଏଡିଏମ୍‌ଓ ଗୋପାଳ ଚନ୍ଦ୍ର ମଲ୍ଲିକ ସିନାପାଲିରେ ପହଞ୍ଚି ବ୍ଲକସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ କରିଥିଲେ। ଗୁରୁବାର ପୂର୍ବାହ୍ଣରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ୧୦ ଜଣିଆ ଡାକ୍ତର ଦଳ ବ୍ରାହ୍ମଣପଡ଼ାରେ ପହଞ୍ଚି ଗ୍ରାମର ୯୩ ଜଣଙ୍କ ସ୍ୱାବ୍‌ ସଂଗ୍ରହ କରିଛନ୍ତି। ପ୍ରଶାସନ ଗାଁକୁ ସିଲ୍‌ କରିଛି। ସ୍ଥାନୀୟ ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ କରିଛି। ସେହିପରି ଜିଲ୍ଲାର କୋମନା ବ୍ଲକ୍‌ରେ ଗୁରବାର ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ କୋନାବିରା ଗାଁର ୯ଜଣ ଆକ୍ରାନ୍ତ ରହିଛନ୍ତି। ଫଳରେ ଉକ୍ତ ପଞ୍ଚାୟତର ସରପଞ୍ଚ ଈଶ୍ବର ଚନ୍ଦ୍ର ନାଏକ ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ଗାଁକୁ ତାଲାବନ୍ଦ ଘୋଷଣା କରିଛନ୍ତି।

The post ନୂଆପଡ଼ାରେ ସ୍ଥିତି ବିଗୁଡ଼ୁଛି first appeared on Sambad.

from କରୋନା | Sambad https://ift.tt/3fh2OqO