ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟାରେ ୨୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୬ ହଜାର ୫୭୧ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧୬୫୦ ଜଣ ଆକ୍ରାନ୍ତ। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୧୫, ଭଦ୍ରକରୁ ୬, ବଲାଙ୍ଗୀରରୁ ୯, କଟକରୁ ୧୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୭, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୯, କୋରାପୁଟରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୭୧, ମୟୂରଭଞ୍ଜରୁ ୧୦, ନୂଆପଡ଼ାରୁ ୪୦, ପୁରୀରୁ ୬, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୧, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

The post ରାଜ୍ୟରେ ଗତ ୨୪ଘଣ୍ଟାରେ ୨୯୦ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪ରେ ପହଞ୍ଚିଲା first appeared on Sambad.

from କରୋନା | Sambad https://ift.tt/3fkIFjz