
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଲକ୍ଷରୁ ଅଧିକଙ୍କୁ ଟିକା ଦିଆଯାଇଛି। ସଂକ୍ରମଣ ବଢ଼ିବାପରେ ଏଭଳି ପଦକ୍ଷେପ ନିଆଯାଇଛି। ଏବେ ସୁଦ୍ଧା ଦେଶରେ ୩,୨୯,୪୭,୪୩୨ ଜଣ ଟିକା ନେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦ୍ବିତୀୟ ପର୍ଯ୍ୟାୟର ୧୫ ଦିନରେ ୧ କୋଟିରୁ ଅଧିକ ଲୋକ ଟିକା ନେଲେଣି। ଗତକାଲି ଦେଶରେ ମୋଟ ୩୦,୩୯,୩୯୪ ଡୋଜ୍ ଟିକା ଦିଆଯାଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪,୪୯୨ ନୂଆ ମାମଲା ଚିହ୍ନଟ ହୋଇଛି।
ଲଗାତାର ୬ ଦିନ ଧରି ଦେଶରେ ସଂକ୍ରମଣ ୨୦ ହଜାରରୁ ଅଧିକ ରହୁଛି। ମୋଟ ସଂକ୍ରମଣ ମାମଲା ୧,୧୪,୦୯,୮୩୧ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୧ ଜଣଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁସଂଖ୍ୟା ୧,୫୮,୮୫୬ ରହିଛି। ଦେଶରେ ଏବେ ସକ୍ରିୟ ମାମଲା ୨,୨୩,୪୩୨ ରହିଛି। ଏହା ମୋଟ ସଂକ୍ରମଣ ମାମଲାର ୧.୯୬ ପ୍ରତିଶତ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧,୧୦,୨୭,୫୪୩କୁ ବୃଦ୍ଧି ପାଇବା ଫଳରେ ଆରୋଗ୍ୟ ହାର ୯୬.୬୫ ପ୍ରତିଶତରେ ପହଞ୍ଚିଛି।
The post ଦିନକରେ ୩୦ ଲକ୍ଷରୁ ଅଧିକଙ୍କୁ ଟିକା, ସଂକ୍ରମଣ ୧.୧୪ କୋଟି ଟପିଲା first appeared on Sambad.from କରୋନା | Sambad https://ift.tt/3czy3ug
0 Comments