ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୮୫ ଦିନ ମଧ୍ୟରେ ଦିନିକିଆ ଆକ୍ରାନ୍ତ ଭିତରେ ଏହା ସର୍ବାଧିକ। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକ ମଧ୍ୟରେ ପୁଣି ୧୧୮ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫ରେ ପହଞ୍ଚିଛି।

 

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୭୩ ହଜାର ୩୮୫ କରୋନା ନମୁନା ପରୀକ୍ଷଣ ହୋଇ ସମୁଦାୟ ପରୀକ୍ଷଣ ସଂଖ୍ୟା୨୨ କୋଟି ୮୨ ଲକ୍ଷ ୮୦ ହଜାର ୭୬୩ରେ ପହଞ୍ଚିଛି।

 

The post ଗତ ୮୫ ଦିନରେ ସର୍ବାଧିକ, ଦିନକ ମଧ୍ୟରେ ଦେଶରେ ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3bQ16KU