
ଗାନ୍ଧୀନଗର: କରୋନା ଭାଇରସ୍ ଟିକା ନେବାର ମାତ୍ର କିଛି ଦିନ ଅନ୍ତରରେ କରୋନା ପଜିଟିଭ୍ ହୋଇଛନ୍ତି ଗୁଜୁରାଟର ମନ୍ତ୍ରୀ ଈଶ୍ବରସିଂହ ପଟେଲ୍। ସେ ମାର୍ଚ ୧୩ ତାରିଖରେ କରୋନା ଭାଇରସ୍ ଟିକା ନେଇଥିବା ବେଳେ ମଙ୍ଗଳବାର(୧୬ ତାରିଖରେ) କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ମଙ୍ଗଳବାର ନିଜ ଟ୍ବିଟ୍ର ଆକାଉଣ୍ଟ୍ରେ ଏହି ସୂଚନା ଦେଇଛନ୍ତି ଈଶ୍ବରସିଂହ। ଗୁଜୁରାଟୀ ଭାଷାରେ କରିଥିବା ଟ୍ବିଟ୍ରେ ଲେଖିଛନ୍ତି କି ସେ କରୋନା ପଜିଟିଭ୍ ହୋଇଛନ୍ତି ମାତ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।
ମନ୍ତ୍ରୀ ଈଶ୍ବରସିଂହ ଟ୍ବିଟ୍ କରି ଲେଖିଛନ୍ତି, ‘ଆଜି ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। । ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ବର୍ତ୍ତମାନ ମୋର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଗତ କିଛି ଦିନ ମଧ୍ୟରେ ମୋ ସହ ସଂପର୍କରେ ଆସିଥିବା ବ୍ୟକ୍ତିମାନେ ଦୟାକରି ସେମାନଙ୍କ ପରୀକ୍ଷା କରାଇ ନିଅନ୍ତୁ।
The post ଟିକା ନେବାର ଅଳ୍ପ କିଛି ଦିନ ମଧ୍ୟରେ କରୋନା ପଜିଟିଭ୍ ହେଲେ ଗୁଜୁରାଟର ମନ୍ତ୍ରୀ ଈଶ୍ବରସିଂହ ପଟେଲ୍ first appeared on Sambad.
from କରୋନା – Sambad https://ift.tt/3eHWk3W
0 Comments