ଭାରତୀୟ ପ୍ରଜାତି ଭୂତାଣୁ ଠାବ ହୋଇନି

ନୂଆଦିଲ୍ଲୀ: ଅଭିନବ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତି ସର୍ବତ୍ର ଦେଖାଯାଇଥାନ୍ତି। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ତେବେ ଏ ପ୍ରକାର ଏକକ ରୂପାନ୍ତରୀକରଣ ଭାରତର କୌଣସି ବି ସ୍ଥାନରେ ପ୍ରଭାବୀ ହୋଇଥିବା ନଜିର ନାହିଁ। ଏ ଯାଏ ବିଶେଷ କରି ଭାରତର କୌଣସି ଅଞ୍ଚଳରେ ହିଁ ଅଧିକ ସଂକ୍ରମଣଶୀଳ ହେବାର କ୍ଷମତା ରଖୁଥିବା କୌଣସି ପ୍ରକାରର ରୂପାନ୍ତରିତ କରୋନାଭୂତାଣୁ (ଭାରତୀୟ ପ୍ରଜାତି) ଦେଖାଯାଇନାହାନ୍ତି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ୟୁକେ ପ୍ରଜାତି ଓ ବ୍ରାଜିଲ୍‌ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ବିରୋଧରେ ଭାରତରେ ପ୍ରସ୍ତୁତ କୋଭିଡ୍‌ ଟିକା କୋଭାକ୍ସିନ୍‌ ଓ କୋଭିସିଲ୍‌ଡ ଖୁବ୍‌ ଫଳପ୍ରଦ ହେବା ସହ ଦକ୍ଷିଣ ଆଫ୍ରିକା ପ୍ରଜାତିର କରୋନାଭୂତାଣୁ ବିରୋଧରେ ଏହି ଟିକା ଦ୍ବୟର କାର୍ଯ୍ୟଦକ୍ଷତା ପରୀକ୍ଷଣ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଯେତେବେଳେ ଭୂତାଣୁଟିଏ ସ୍ଥାନାନ୍ତର ହୋଇଥାଏ, ସେତେବେଳେ ତା’ ଦେହରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ। ତାହାକୁ ରୂପାନ୍ତରିତ ପ୍ରଜାତିର ନୂତନ ଭୂତାଣୁ ବୋଲି କୁହାଯାଇଥାଏ। ମୂଳ ଭୂତାଣୁ ବିରୋଧରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଟିକା ଏବେ ରୂପାନ୍ତରିତ ପ୍ରଜାତି ବିରୋଧରେ କିଭଳି କାମ କରୁଛି ସେ ନେଇ ନିରନ୍ତର ଗବେଷଣା ଜାରି ରହିଛି।

The post ଭାରତୀୟ ପ୍ରଜାତି ଭୂତାଣୁ ଠାବ ହୋଇନି first appeared on Sambad.

from କରୋନା | Sambad https://ift.tt/3cGj96G

Post a Comment

0 Comments